Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଚଣ୍ଡ ଶବ୍ଦରେ ଥରିଗଲା ବାଲେଶ୍ବର

ବାଲେଶ୍ବର: ପ୍ରଚଣ୍ଡ ଶବ୍ଦରେ ଥରିଗଲା ବାଲେଶ୍ବର । ଲୋକଙ୍କ ମଧ୍ୟରେ ଭୟର ବାତାବରଣ । ଘରୁ ବାହାରକୁ ଚାଲି ଆସିଲେ ଲୋକେ । ଏମିତି ଶବ୍ଦ କେଉଁଠୁ ଆସିଲା, ତା’ର କାରଣ ଅସ୍ପଷ୍ଟ ।
ଆଜି ବାଲେଶ୍ବରରେ ଦୁଇ ଥର ପ୍ରଚଣ୍ଡ ଶବ୍ଦ ହୋଇଛି । ସବୁକିଛି ସ୍ବାଭାବିକ ଥିବା ବେଳେ ହଠାତ ବାଲେଶ୍ବର ଆକାଶରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ । ଦୋହଲି ଯାଇଥିଲା ଲୋକଙ୍କ ଘରର କବାଟ ଓ ଝରକା । ଚାରିଆଡେ ଖେଳି ଯାଇଥିଲା ଭୟର ବାତାବରଣ । ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ