Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ମାସ ଛୁଟିରେ ଗଲେ ଭି.କେ ପାଣ୍ଡିଆନଙ୍କ IAS ପତ୍ନୀ ସୁଜାତା କାର୍ତ୍ତିକେୟନ

୬ ମାସ ଛୁଟିରେ ଗଲେ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ IAS ପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ନଭେମ୍ବର ୨୬ ଯାଏଁ ଛୁଟିରେ ଯାଇଛନ୍ତି। ୬ ମାସ ପାଇଁ ଚାଇଲ୍ଡ କେୟାର ଲିଭ୍‌ରେ ରହିଛନ୍ତି ସୁଜାତା। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଥିବା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଛି।

ତେବେ ନିର୍ବାଚନ ସମୟରେ ମିଶନ ଶକ୍ତି ସଚିବ ଥିବା ସୁଜାତା ମିଶନ ଶକ୍ତି ମହିଳାଙ୍କୁ ବିଜେଡି ପାଇଁ କାମ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲା ବିଜେପି | ଏହା ଉପରେ କାର୍ଯ୍ୟନୁଷ୍ଠ ନେଇ ତାଙ୍କୁ ସାଧାରଣ ଲୋକଙ୍କ ସହ ଜଡିତ ନଥିବା ବିଭାଗକୁ ବଦଳି କରିବାକୁ ନିର୍ଦେଶ ଦେଇଥିଲେ ନିର୍ବାଚନ କମିଶନ | ଏହାପରେ ସୁଜାତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଥିଲା। ଆଉ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପି ସରକାର ଗଠନ ହେବାକୁ ଯାଉଛି | ଆଉ ନୂଆ ସରକାର ଦାୟିତ୍ୱ ନେବା ପୂର୍ବରୁ ୬ ମାସ ପାଇଁ ଚାଇଲ୍ଡ କେୟାର ଲିଭ୍‌ରେ ଚାଲିଯାଇଛନ୍ତି ସୁଜାତା |