ନୂଆଦିଲ୍ଲୀ:ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ନେବେ ଏନଡିଏ ନେତା ନରେନ୍ଦ୍ର ମୋଦୀ।ତାଙ୍କ ସହ ଅନ୍ୟ କ୍ୟାବିନେଟ୍ ଓ ରାଷ୍ଟ୍ର ମନ୍ତ୍ରୀ ମାନେ ଶପଥ ଗ୍ରହଣ କରିବେ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋଦୀ । ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ଦେଇଛି ଏନଡିଏ ଓ ସରକାର ଗଠନ କରିବାକୁ ମହାମହିମ ରାଷ୍ଟ୍ରପତି ନିମନ୍ତ୍ରଣ କରିଛନ୍ତି ଏନଡିଏକୁ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତିଙ୍କ ସହ ଏକ ସୌଜନ୍ୟମୂଲକ ସାକ୍ଷାତ ମଧ୍ୟ କରିଛନ୍ତି । ଆଉ ଏହି ସବୁ ପ୍ରକିୟା ଭିତରେ ଆସନ୍ତା ୯ ତାରିଖରେ ହେବ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ।
ଏହା ପୂର୍ବରୁ ଏନଡିଏର ସଂଦୀୟ ଦଳ ନେତା ଭାବେ ମୋଦୀଙ୍କ ନାଁ ମନୋନୀତ ହୋଇଛି । ଏଥିପାଇଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ। ଆଗାମୀ ଦିନରେ ଦେଶର ବିକାଶକୁ ତ୍ୱରାନିତ କରିବାକୁ ଏହି ବୈଠକରେ ମୋଦୀ ନିଜ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଭିଭାଷଣରେ ମୋଦୀ ଅର୍ନ୍ତଜାତୀୟ ସ୍ତରରେ ଗତ ୧୦ବର୍ଷ ଧରି ଭାରତର ନିରନ୍ତର ଭାଗିଧାରୀ ବିଷୟରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ସେହିଭଳି ପ୍ରତ୍ୟେକସ୍ତରରେ ସର୍ବସମ୍ମତି ଆଣିବାକୁ ମୋଦୀ ଗୁରୁତ୍ୱ ଦେଇଥିଲେ । ମାତ୍ର ନିଜର ଚିରାଚରିତ ଢ଼ଙ୍ଗରେ କଂଗ୍ରେସର ବର୍ଦ୍ଧିତ ଆସନକୁ କଟାକ୍ଷ କରିଛନ୍ତି ମୋଦୀ।