ଭୁବନେଶ୍ବର: ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ଆସିଛି ପ୍ରଥମ ପ୍ରତିକ୍ରିୟା । ୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଏହା ହେଉଛି ନବୀନଙ୍କ ପ୍ରଥମ ପ୍ରତିକ୍ରିୟା । ବିଜେଡିକୁ ମିଳିଥିବା ଜନାଦେଶ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ ।
ରାଜ୍ୟବାସୀ ତାଙ୍କୁ ବାରମ୍ବାର ସରକାର ଗଠନ କରିବାକୁ ଆଶୀର୍ବାଦ କରିଥିବାରୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ‘ଗଣତନ୍ତ୍ରରେ ହାର ଓ ଜିତକୁ ଗ୍ରହଣ କରିବାକୁ ପଡିବ । ସରକାରରେ ଆମେ ରାଜ୍ୟବାସୀଙ୍କ ପାଇଁ ବହୁତ ଭଲ କାମ କରିଛୁ । ଏଥିପାଇଁ ଆମେ ଗର୍ବିତ ।’
ସେ ଆଗକୁ କହିଛନ୍ତି, ‘ରାଜ୍ୟର ସାଢେ ଚାରି କୋଟି ଲୋକ ମୋ ପରିବାର । ମୁଁ ସରକାରରେ ଥାଏ ବା ନଥାଏ । ରାଜ୍ୟବାସୀଙ୍କ ପ୍ରତି ସେବା ଜାରି ରଖିବି । ମୋ ସ୍ବାସ୍ଥ୍ୟ ସବୁବେଳ ଭଲ ଅଛି । ଗତ ମାସେ ଧରି ପ୍ରଚଣ୍ଡ ଖରାରେ ସବୁ ଜିଲ୍ଲା ବୁଲି ମୁଁ ପ୍ରଚାର କରୁଥିଲି । ଏହା ମୋ ସୁସ୍ଥତାକୁ ନେଇ ଉପଯୁକ୍ତ ପ୍ରମାଣ ।’
ବିଜେଡିକୁ ମିଳିଥିବା ଜନାଦେଶ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ
