ଭୁବନେଶ୍ବର: ଚାଲିଛି ଟି-୨୦ ବିଶ୍ବକପ । ଆଜି ଏହି ବିଶ୍ବକପର ସବୁଠାରୁ ଚର୍ଚ୍ଚିତ ଓ ଆାଇପ୍ରୋଫାଇଲ ମ୍ୟାଚ୍ ହେବାକୁ ଯାଉଛି । ଯାହାକୁ ସାରା ଦୁନିଆର କ୍ରିକେଟ ପ୍ରେମୀ ଅନାଇ ବସିଛନ୍ତି । ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ପରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି । କାରଣ ଏହି ଦୁଇ ଦେଶ ଯେବେ ମୌଦାନକୁ ଓହ୍ଲାଇଥାନ୍ତି ଏହା କୌଣସି ଯୁଦ୍ଧର ଅନୁଭୂତିଠାରୁ କମ ନଥାଏ । ଆଜି ରାତି ୮ଟାରେ ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ରୋହିତଙ୍କ ନେତୃତ୍ବରୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆନ ।
ପ୍ରଥମ ମ୍ଯାଚରେ ଦମଦାର ବିଜୟ ସହ ଭାରତର ମନୋବଳ ଦୃଢ ରହିଛି । ସମସ୍ତ ଖେଳାଳି ମଧ୍ୟ ଫର୍ମରେ ଅଛନ୍ତି । ସେପଟେ ପାକିସ୍ତାନ ସୁପର ଓଭରରେ ଆମେରିକାଠୁ ପରାସ୍ତ ହୋଇ ବ୍ୟାକଫୁଟରେ ରହିଛି । ଇତିହାସକୁ ଦେଖିଲେ ଭାରତ ଓ ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପରେ ୭ଥର ମୁହାଁମୁହିଁ ହୋଇଛନ୍ତି । ୨୦୦୭ ଲିଗ୍ ଓ ଫାଇନାଲ୍, ୨୦୧୨, ୨୦୧୪, ୨୦୧୬, ୨୦୨୧ ଓ ୨୦୨୨ରେ ମୁହାଁମୁହିଁ ହୋଇଥିଲେ ଉଭୟ ଟିମ୍ । ସେଥିମଧ୍ୟରୁ ଭାରତ ୬ଥର ବିଜେତା ହୋଇଥିଲା ବେଳେ ପାକିସ୍ତାନ କେବଳ ଥରେ ଜିତିଛି । ଏଣୁ ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ଦଳୀୟ ସନ୍ତୁଳନ ଦୃଷ୍ଟିରୁ ଭାରତର ପଲା ଏହି ମ୍ୟାଚରେ ଭାରୀ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।