Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ପିତା ଅନାଦି ଲୁହା ଙ୍କ ପରଲୋକ

ବୀରମହାରାଜପୁର : (ସୌମୀତ୍ରି ମେହେର) ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଙ୍କ ଶଶୁର ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ପିତା ଅନାଦି ଲୁହା ଙ୍କ ଗତକାଲି ପରଲୋକ ଘଟିଛି l ସ୍ବର୍ଗତ ଅନାଦି ଲୁହା ଙ୍କର ବୟସ 72 ବର୍ଷ ହୋଇଥିଲା l ସେ ଉଫୁଲା ସେବା ସମବାୟ ସମିତି ର ଡାଇରେକ୍ଟ ଭାବରେ ନିର୍ବାଚିତ ହୋଇ କାର୍ଯ୍ୟ ତୁଲାଇଥିଲେ l ସେ ଜଣେ ମେଳାପୀ , ପରୋପକାରୀ, ସମାଜସେବୀ ଭାବେ ସୁପରିଚିତ ଥିଲେ l ଆମ୍ବେଦକର ସେବାସଙ୍ଘ ବୀରମହାରାଜପୁର ର ବରିଷ୍ଠ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ l ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ବହୁବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ଶଯ୍ୟା ରେ ତାଙ୍କର ୫ ପୁଅ ଗୋଟିଏ ଝିଅ ଓ ନାତିନାତୁଣୀ ଉପସ୍ଥିତ ଥିଲେ l ବଡପୁଅ ନାରାୟଣ ଲୁହା ମୁଖାଗ୍ନି ଦେଇଥିଲେ l ନିଜଗ୍ରାମ କମ୍ୱଲପୁର ମହାନଦୀରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l