ପରିବା ବୋଝେଇ ଟ୍ରକ ଓଲଟି ଡ୍ରାଇଭର ମୃତ, ଅଳ୍ପକେ ବର୍ତ୍ତିଲେ ହେଲପର


ବାଲେଶ୍ବର: ଭାରସାମ୍ୟ ହରାଇ ଓଲଟିଲା ପରିବା ବୋଝେଇ ଟ୍ରକ । ଘଟଣା ସ୍ତଳରେ ଡ୍ରାଇଭର ମୃତ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ତହସିଲ୍ କାର୍ଯ୍ୟାଳୟ ନିକଟରେ । ମୃତ ଡ୍ରାଇଭରଙ୍କ ଘର ଆନ୍ଧ୍ରର ବୋଲି ଜଣାଡିଛି ।

ଆଜି ସକାଳେ ଟ୍ରକ୍‌ଟି ଆନ୍ଧ୍ରରୁ ପରିବା ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା । ସିମୁଳିଆ ତହସିଲ୍ କାର୍ଯ୍ୟାଳୟ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା । ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ।