Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମରପାଲି ଗୌଡଗlଡ଼ ବାଇପାସ ରାସ୍ତା ସାଇଟ୍ ର ନଳକୂପ ଅଚଳ ; ପାଣି ମୁନ୍ଦାଏ ପାଇଁ କଳବଳ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଅମରପାଲି ଗାଁ ଗୌଡ଼ଗାଡ଼ ବାଇପାସ ରାସ୍ତା ସାଇଟ ରେ ଥିବା ନଳକୂପ ଟି ବହୁ ଦିନ ଧରି ଅଚଳ ହୋଇପଡିଛି l ପୁଣି ସେପଟେ ଅମରପାଲି ବନ୍ଧ ଗୁଡିକ ଶୁଖିଲା ପଡିଛି l ଉକ୍ତ ନଳକୂପ ଉପରେ ଏକ ସାହି ର ଅନେକ ପରିବାର ନିର୍ଭର କରୁଥିବା ବେଳେ ରାସ୍ତା ରେ ଯାଉଥିବା ଲୋକେ ଏବଂ ପଶୁ ପକ୍ଷୀ ମଧ୍ୟ ପିଇବାକୁ ପାଣି ଟୋପାଏ ପାଇଁ କଳବଳ ହେଉଛନ୍ତି l ଉକ୍ତ ସାହି ଲୋକେ ନଳକୂପ ସଜାଡ଼ିବା କର୍ମଚାରୀ ଠାରୁ ଆରମ୍ଭ କରି ସ୍ଥାନୀୟ ସରପଞ୍ଚ ଙ୍କୁ ବହୁତ ଥର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନ ଥିବା ଅଭିଯୋଗ ହେଉଛି l ଏନେଇ ସ୍ଥାନୀୟ ସରପଞ୍ଚ ନିରୁପମା ସେଠି ଙ୍କୁ ପଚାରିବାରୁ ଖୁବ ଶୀଘ୍ର ନଳକୂପ ମରାମତି କରାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି l ବ୍ଲକ ପ୍ରଶାସନ ଏଥିପ୍ରତି ଯଥାଶିଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୁଏ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ