ନିଟ୍ ପରୀକ୍ଷା ରଦ୍ଦ ହେବନି କି କାଉନସେଲିଂ ବନ୍ଦ ହେବନି: ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ବନ୍ଦ ହେବନି ନିଟ୍ କାଉନସେଲିଂ କି ରଦ୍ଦ ହେବନି ନିଟ୍ ପରୀକ୍ଷା । ଏମିତି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ନିଟ୍ ପରୀକ୍ଷା ଫଳ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଥିଲା । ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ପରୀକ୍ଷା ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା । ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଏନଟିଏକୁ ନୋଟିସ ମଧ୍ୟ ଜାରି କରିଛନ୍ତି ସୁପ୍ରିମକୋର୍ଟ ।
ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନଟିଏକୁ ନୋଟିସ ଜାରି କରିବା ସହ କହିଛନ୍ତି, ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି, ତେଣୁ ଏ ବାବଦରେ ଏନଟିଏ ଜବାବ ଦେବା ଆବଶ୍ୟକ ।
ନିଟ୍ ପରୀକ୍ଷା ଫଳ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ । ପରୀକ୍ଷା ଫଳରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ । ଗ୍ରେସ୍ ନମ୍ବର ଦେବାରେ ମନମାନି ହୋଇଥିବା କହିଥିଲେ ଛାତ୍ରଛାତ୍ରୀ । ଗୋଟିଏ ପରୀକ୍ଷା କେନ୍ଦ୍ରର ୬୭ ଛାତ୍ରଛାତ୍ରୀଙ୍କୁ ପୂରା ୭୨୦ ନମ୍ବର ମିଳିଥିଲା । ଯାହାକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିଯୋଗ ଆସିଥିଲା । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।