Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଂଗ୍ରେସକୁ ହେବ ସୁରଙ୍କ ଘର ବାହୁଡ଼ା, ଫେରିବାକୁ କଲେଣି ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପୁଅ ପାଇଁ ମାନ ସମ୍ମାନ ଗଲା । କଂଗ୍ରେସ ପ୍ରତି ଥିବା ଦୀର୍ଘ ଦିନର ଅନୁଗତ୍ୟ ଉପରେ ବି ପ୍ରଶ୍ନ ଉଠିଲା । ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ସୁର । ବିଜେଡି ଟିକେଟରେ ଲୋକସଭା ପ୍ରାର୍ଥୀ ହୋଇଥିବା ସାନ ପୁଅ ମନ୍ମଥ ରାଉତରାୟ ପାଇଁ ଖୋଲାଖୋଲି ପ୍ରଚାର କଲେ । ନିର୍ବାଚନ ସରିଲା, ଫଳଫଳ ଅସିଲା । ଆଉ ମନ୍ମଥ ଶୋଚନୀୟ ପରାଜିତ ହେଲେ । ସବୁ ଯିବା ପରେ ସୁର ବାବୁଙ୍କ ଅକଳ ପଶିଛି । ସେ ଏବେ ପୁଣି କଂଗ୍ରେସକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସୁର ବାବୁଙ୍କ ଘର ବାହୁଡ଼ା ହେବାକୁ ଯାଉଛି । ଶୀଘ୍ର ସେ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ପିସିସି ସଭାପତିଙ୍କ ସହ ଦଳର ନେତାମାନେ ଫେରି ଆସିବାକୁ ସେ ଅନୁରୋଧ କରିଛନ୍ତି ।
ଦଳକୁ ଫେରିବା ନେଇ ଶୀଘ୍ର ସୁର, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡ଼ିଛି । ନିଲମ୍ବନ ଆଦେଶ ଉଠିଲା ପରେ କଂଗ୍ରେସ ଭବନ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ସୁର ।
ସେପଟେ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟକୁ ପରାମର୍ଶ ଦେଇଛନ୍ତି ସୁର । କହିଛନ୍ତି, ତେଲ, ଡାଲିଠାରୁ ଆରମ୍ଭ କରି ପରିବା ଦର ବି ଆକାଶ ଛୁଆଁ ହୋଇଛି । ଲୋକେ ବହୁତ ହଇରାଣ ହେଉଛନ୍ତି । ତୁରନ୍ତ ଦରଦାମ ନିୟନ୍ତ୍ରଣ କର ।