ମୋହନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ମନ୍ତ୍ରୀ ପଦ


ଭୁବନେଶ୍ବର: ଆଜି ସନ୍ଧ୍ୟାାରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଶପଥ ନେବାକୁ ଯାଉଛନ୍ତି । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେବେ । ତେବେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜନୈତିକ ସମୀକ୍ଷକଙ୍କ ମତରେ ମୋହନଙ୍କ ସେନାରେ ଉଭୟ ବରିଷ୍ଠ ଓ ଯୁବବର୍ଗଙ୍କୁ ଦେଖିବାକୁ ମିଳିପାରେ ।

କଳ୍ପନା ଜଳ୍ପନା ଭିତରେ ମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ହେଭିୱେଟ ଭାବେ ସୁରେଶ ପୂଜାରୀ, ଜୟ ନାରାୟଣ ମିଶ୍ର, ରବି ନାଏକ ଓ ସୂରମା ପାଢୀ । ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ଗୁଡିକ ହେଲା ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ ଓ ଦୁର୍ଗା ପ୍ରସନ୍ନ ନାୟକ । ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ଆକାଶ ଦାସନାୟକ ଓ ବାବୁ ସିଂଙ୍କୁ ବି ମିଳିପାରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ।

ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୨୧ ଜଣ ରହିପାରିବେ । ଚର୍ଚ୍ଚା ହେଉଥିବା ନେତାଙ୍କ ବ୍ୟତୀତ ନୂଆ ମନ୍ତ୍ରିମଣ୍ଡଳରେ ସରପ୍ରାଇଜ୍ ଚେହେରାଙ୍କୁ ମିଳିପାରେ ସୁଯୋଗ । ଅଭିଜ୍ଞ, ନବାଗତଙ୍କୁ ମିଶାଇ ସବୁ ସଂସଦୀୟ କ୍ଷେତ୍ରକୁ ଯେଭଳି ପ୍ରତିନିଧିତ୍ୱ ମିଳିବ, ତା’ଉପରେ ଗୁରୁତ୍ୱ ଦିଆଯାଉଛି । ଏଥର ବିଜେପିର ୫୨ ଜଣ ବିଧାୟକ ନବାଗତ ଅଛନ୍ତି । ତେଣୁ କେଉଁ ନବାଗତଙ୍କ ମୁଣ୍ଡରେ ମୋହନ ଶିରିପା ବାନ୍ଧୁଛନ୍ତି ଦେଖିବାକୁ ବାକି ରହିଲା ।