Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଦ୍ଦେଶ୍ବରୀ ପବ୍ଲିକ୍ ସ୍କୁଲ୍ ର ବାର୍ଷିକ ଉସ୍ଚବ ଅନୁଷ୍ଟିତ…କୁନି କୁନି ପିଲା ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ଉଚ୍ଚକୋଟିର…

ଲକ୍ଷ୍ମୀପୁର ୧୮.୦୪ ..ଲକ୍ଷ୍ମୀପୁର ବ୍ଲକ ସଦର ରେ ଥିବା ସିଦ୍ଦେଶ୍ବରୀ ପବ୍ଲିକ୍ ସ୍କୁଲ୍ ର ସପ୍ତମ ବାର୍ଷିକ ଉସ୍ଚବ ଧୂମଧାମ୍ ରେ ପାଳନ କରାଯାଇଛି।ବିଦ୍ୟାଳୟର ପ୍ରିନିସପାଲ୍ ସଷ୍ମୀତା ବିଶ୍ବାଳ ଙ୍କ ପରିଚାଳନାରେ ଅନୁଷ୍ଟିତ ହୋଇଥିବା ବାର୍ଷିକ ଉସ୍ଛବରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଭୁ ଜାନି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁର୍ବତନ ସାଂସଦ ଝିନ୍ନ ହିକକା,ବିଜେଡି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର କୁଲେସିକା,ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ବିଇଓ କୈଳାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରାଯିବା ପରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସିଦ୍ଦେଶ୍ବରୀ ପବ୍ଲିକ ସ୍କୁଲ୍ ବେସରକାରୀ ଅନୁଷ୍ଟାନ ହୋଇଥିଲେ ସୁଧା ସରକାର ଙ୍କ ନିୟମ ପ୍ରକାରେ ଗରିବ ଛାତ୍ରଛାତ୍ରୀ ଙ୍କୁ ମାଗଣା ରେ ଶିକ୍ଷାଦାନ ଦିଆଯିବା ସହ ଅନ୍ବେଷା ହଷ୍ଟେଲ୍ ରେ ରହି ଅନେକ ଏସି ଏସଟି ପିଲା ଶିକ୍ଷା ସହ ବିଭିନ୍ନ ପ୍ରକାର ଶାରୀରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ସଫଳତା ହାସଲ କରୁଥିବା ପ୍ରିନିସପାଲ୍ ଶ୍ରୀମତି ବିଶ୍ବାଳ କହିଥିଲେ।ଲକ୍ଷ୍ମୀପୁର ଭଳି ବ୍ଲକ ସଦର ମହକୁମା ରେ ସରକାର ଙ୍କ ତରଫରୁ ଇଂରାଜୀ ମାଧ୍ୟମରେ ଛୋଟ ଛୋଟ ପିଲା ମାନଙ୍କୁ ପାଠ ପଢାଈବା ସକାଶେ ସୁବିଧା ନଥିବା ବେଳେ ଏହି ବିଦ୍ୟାଳୟ ବେସ୍ ସହାୟକ ହୋଇଛି ବୋଲି ନିମନ୍ତ୍ରୀତ ଅତିଥି ମାନେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ରଣବୀର ସାହୁ,ଜ୍ୟୋତିରାଣୀ ଡଙ୍ଗ୍ରୀ,ହର୍ଷିତା ସାହୁ,ତେଜେଶ୍ବର ଗରଡା,ଏମଏସ୍ ତୟାନ୍,ଆଦ୍ୟଶ୍ଲୋକା ରାଉତ,ଶ୍ରଦ୍ଦାସୁମନ ପଟ୍ଟନାୟକ,ପୁନର୍ନବା ସେନାପତି,ଗୁଞ୍ଜନ ଶୁନାନି ଭଳି କୁନି କୁନି ଛାତ୍ର ଛାତ୍ରୀ ଆଙ୍କରିଂ କରିଥିବା ବେଳେ ୨୦୨୨/୨୩ ମସିହା ସକାଶେ ଆରାଧ୍ୟ କର,ଗୌରୀ ମାଣ୍ଡିଙ୍ଗା ଓ କୁମ୍ କୁମ୍ ଖରା ଙ୍କୁ ବେଷ୍ଟ ଷ୍ଟୁଣ୍ଡେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।ଏହି ଅବସର ରେ ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ବିଜ୍ଞାନ ମେଳାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରୀତ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାଜସ୍ତାନୀ,ଓଡିଶି,ଢେମସା,ତେଲୁଗୁ ନାଚ ସହ ସୋସିଆଲ୍ ମିଡିଆ ସମନ୍ଧିୟ ଡ୍ରାମା ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ଶିକ୍ଷକ ଲିଙ୍ଗରାଜ୍ ମାଉଡି ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।