ପୋଖରୀରୁ ପଙ୍କ ଉଦ୍ଧାର ବେଳେ ବାହାରିଲା ପୁରାତନ ମନ୍ଦିର

ନୂଆପଡ଼ା: କୋମନା ବ୍ଲକରେ ଥିବା ସବର୍ପୁରାତନ ଦେଉଳ ବନ୍ଦ ପୋଖରୀରୁ ପଙ୍କ ବାହାର କରାଯାଉଥିବା ବେଳେ ବାହାରିଲା ପୁରାତନ ମନ୍ଦିର । ପ୍ରାଚୀନ ମନ୍ଦିର ଆକୃତିର ଭଗ୍ନାବଶେଷ ଓ ତ୍ରିଶୂଳ ମିଳିଛି । ଏହାକୁ କୌଣସି ପ୍ରାଚୀନ କୀର୍ତ୍ତି ଭାବି ଲୋକେ ପୂଜାର୍ଚ୍ଚନା କରୁଛନ୍ତି । ଦେଉଳବନ୍ଧ ପୋଖରୀ ହୁଡ଼ାରେ ମହାଦେବଙ୍କ ମନ୍ଦିର ରହିଛି । ପ୍ରତ୍ଯେକ ସୋମବାର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ ।
ଚଳିତ ବର୍ଷ ପୋଖରୀର ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଜେସିବିରେ ପଙ୍କ ବାହାର କରିବା ସମୟରେ ଇଟା ଖଣ୍ଡ ବାହାରିଥିଲା । ୫ ଫୁଟରୁ ଊର୍ଦ୍ଧ୍ବ ଖୋଳିବା ପରେ ଇଟାରେ ତିଆରି ମନ୍ଦିର ସଦୃଶ ଦେଖାଯିବା ସହ ତ୍ରିଶୂଳ ବାହାରିଥିଲା । ପୋଖରୀରୁ ମିଳିଥିବା ମନ୍ଦିରଟି ପ୍ରାଚୀନ ଶିବ ମନ୍ଦିର ଓ ତାହା କାଳକ୍ରମେ ପୋତି ହୋଇ ଯାଇଥିବା ଗବେଷକ କହିଛନ୍ତି ।