ଆଠଗଡ଼ ବ୍ଲକ ଅଫିସରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ

ଆଠଗଡ଼: ଆଠଗଡ ବ୍ଲକ ଅଫିସ ପରିସରରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ। । ଘଟଣା ସ୍ଥଳରେ ଲାଗି ରହିଛି ଦେଖାଦେଇଛି ଉତ୍ତେଜନ । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏସଡିପିଓଙ୍କ ସହ ସ୍ଥାନୀୟ ଆଇଆଇସି ଉପସ୍ଥିତ ଅଛନ୍ତି ।
ସୂଚନା ଅନୁଯାୟୀ, ଗତ ୧୦ ଧାଇପୁର ସରପଞ୍ଚ ମୀନାକ୍ଷୀ ସାହୁ ଆଠଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଧମକ ଦେଇଥିଲେ । ଏହାର ପ୍ରତିବାଦ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦଙ୍କ ପକ୍ଷରୁ ମୀନାକ୍ଷୀ ସାହୁଙ୍କ ନାମରେ ଆଠଗଡ ଥାନାରେ ଏତଲା ଦିଆଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ଆଜି ପୁଣି ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳର କର୍ମୀ ।