Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେକରେ ରସି ଲଗେଇ, ହାତ କାଟି ଯୁବକ ର ଆତ୍ମହତ୍ୟା

ଜମନକିରା : ଜମନକିରା ଥାନା ସଦର ମହକୁମା ସ୍ଥିତ ଜଗନ୍ନାଥ ପଡ଼ାର ସୁଦାମ କୁମାର ପରିଡ଼ାଙ୍କ ପୁଅ ସମ୍ଭବ କୁମାର ପରିଡ଼ା( ୨୩ ) ଆଜି ନିଜ ଘର ଉପରେ ହାତ କାଟି ବେକରେ ରସି ଲଗେଇ ଆତ୍ମହତ୍ୟା କରିଛି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କୁଚିଣ୍ଡା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲା। ବ୍ୟବକ୍ହେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ପୋଲିସ ର ସୂଚନା ଅନୁଯାୟୀ, ସମ୍ଭବ ତାଙ୍କ ନିଜ ଘର ଉପରେ ସବୁ ଦିନେ ରୁହା ବସା କରେ। ଆଜି ସକାଳେ ପ୍ରାୟ ପୂର୍ବାହ୍ନ ସାଢ଼େ ୯ ଟା ସମୟରେ ଘର ଉପରେ ହାତ କାଟି, ବେକରେ ରସି ଲଗେଇ ମୃତ୍ୟୁ ହୋଇଥିବା ନେଇ ଖବର ପାଇଥିଲା। ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା। ତେବେ ପାରିପାର୍ଶିକ ସ୍ଥିତିରୁ ସମ୍ଭବ ର ମୃତ୍ୟୁ ବେକରେ ରସି ଲଗେଇ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା। ପାରିବାରିକ ଅସନ୍ତୋଷ ଯୋଗୁଁ ଏହା ଘଟି ଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ନେଇ ତଦନ୍ତ ଅଧିକାରୀ ଦେବଜାନୀ ଛତର ପ୍ରକାଶ କରିଛନ୍ତି। ସମ୍ଭବ ର ପିତା ଦେବଗଡ ମହାବିଦ୍ୟାଳୟ ରେ ଅଧକ୍ଷ ପଦରେ ଥିବା ଜଣାଯାଇଛି।