Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁବନେଶ୍ବର ବଦଳରେ କୋଲକତା ନେଇଗଲା ବିମାନ, କହିଲା- ନିଜ ଖର୍ଚ୍ଚରେ ଘରକୁ ଯାଅ

ଭୁବନେଶ୍ବର: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କର୍ତ୍ତୃପକ୍ଷଙ୍କ ମନମୁଖୀ କାମ । ଭୁବନେଶ୍ବର ବଦଳରେ କୋଲକାତାରେ ଯାତ୍ରୀଙ୍କୁ କଲା ଅବତରଣ । ଆଉ କହିଲା ନିଜ ଖର୍ଚ୍ଚରେ ଭୁବନେଶ୍ବର ଯାଅ । ଯାହାକୁ ନେଇ କୋଲକତା ବିମାନ ବନ୍ଦରରେ ଯାତ୍ରୀ ହଙ୍ଗାମା କରିଥିଲେ ।
ମିଳିଥିବା ଖବର ଅନୁସାରେ, ଗତକାଲି ଦିଲ୍ଲୀରୁ ଭୁବନେଶ୍ବରକୁ ଉଡ଼ିଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ । ରାତି ସମୟରେ ପାଗ ଖରାପ ଥିବା ଯୋଗୁଁ ଭୁବନେଶ୍ଵର ବିମାନ ବନ୍ଦରରେ ବିମାନଟି ଅବତରଣ କରିପାରି ନଥିଲା । ଫଳରେ ବିମାନଟି କୋଲକାତା ବିମାନ ବନ୍ଦରକୁ ଯାଇ ସେଠାରେ ଅବତରଣ କରିଥିଲା ।
ସେଠାରେ ଅବତରଣ କରିବା ପରେ ଯାତ୍ରୀ କେମିତି ଭୁବନେଶ୍ବର ଫେରିବେ ତାହାର ବ୍ୟବସ୍ଥା କରି ନଥିଲେ ବିମାନ କର୍ତ୍ତୃପକ୍ଷ । ଅନ୍ୟପକ୍ଷେ ନିଜ ଖର୍ଚ୍ଚରେ ଭୁବନେଶ୍ବର ଯିବାକୁ ଯାତ୍ରୀଙ୍କୁ କହିଥିଲେ । ଏହାକୁ ନେଇ ବିମାନ ବନ୍ଦରରେ ଯାତ୍ରୀ ହଙ୍ଗାମା କରିଥିଲେ । ଉଚ୍ଚ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଆଜି ସକାଳୁ ଯାତ୍ରୀଙ୍କୁ ନେଇ ବିମାନ ଭୁବନେଶ୍ବର ଫେରିଛି ।