Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଦଳୀ ପାଲି ସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍ମର ଅସୁରକ୍ଷିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଦଳିପାଲି ଗାଁ ର କେନ୍ଦୁପତ୍ର ଅଫିସ ନିକଟସ୍ଥ ସୌଭାଗ୍ୟବତୀ ଯୋଜନାରେ ନିର୍ମିତ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ରାସ୍ତା କଡରେ ଅସୁରକ୍ଷିତ ଭାବେ ବିପଦଜନକ ଅବସ୍ଥାରେ ରହିଛି I ଏହାର ଚାରିପାଖରେ ଅନାବନା ଗଚ୍ଛଲଟା ଭର୍ତ୍ତି ହୋଇଥିବା ବେଳେ ସୁରକ୍ଷା ବାଡ ନାହିଁ ଏବଂ ବିପଦ ଜନକ ଭାବେ ବିଦ୍ୟୁତ ତାର ମଧ୍ୟ ଝୁଲି ରହିଛି l ଖାଦ୍ୟ ଅନ୍ବେଷଣ ରେ ଏଠାକୁ ପଶୁପକ୍ଷୀ ଆସି ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କୁହନ୍ତି l ଏହାର ପାଖ ଦେଇ ଯାନବାହାନ ଯିବାଆସିବା କରୁଥିବା ବେଳେ ସବୁବେଳେ ଲୋକଙ୍କ ଗହଳି ଲାଗିରହି ଥାଏ I ସମସ୍ତଙ୍କ ସ୍ଵାର୍ଥ ଦୃଷ୍ଟିରୁ ପ୍ରସାଶନିକ ସ୍ତରରେ ଯଥାଶିଘ୍ର ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ଜଣାଇଛନ୍ତି I