ଚର୍ଚ୍ଚ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ


କଟକ: କ୍ୟାଣ୍ଟନମେଣ୍ଟ ରୋଡ୍ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ । ବାଇକରେ ଆସି ଦୁର୍ବୃତ୍ତମାନେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । କିଏ, କାହିଁକି ବୋମା ମାଡ କଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । ଘଟଣା ଗତକାଲି ରାତିରେ ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ପୋଲିସ ସହ ବହୁ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ପୋଲିସ କହିଛି, ତେବେ ବୋମାମାଡ଼ ହୋଇଛି ନା ବାଣ ଫୁଟିଛି ସେନେଇ ଜଣାପଡିନାହିଁ । କିଛି ଶବ୍ଦ ହେବାରୁ ସେଠାରୁ ପହଞ୍ଚି ଦେଖିଲୁ ଖାଲି କାଗଜ ଟୁକୁଡ଼ା ପଡ଼ିଛି। ତାହାକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛୁ । ଏହା ବାଣ ବୋଲି ଅନୁମାନ କରାଯାଉଛି । ପରୀକ୍ଷା ପରେ ସବୁ ସ୍ପଷ୍ଟ ହୋଇଯିବ ।