କୁଏତରେ ପ୍ରଣ ହରାଇଥିବା ଦୁଇ ଓଡ଼ିଆଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା


ଭୁବନେଶ୍ବର: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପରିବାର ପାଇଁ ରାଜ୍ୟ ସରକାର ଘୋଷଣା କଲେ ଅନୁକମ୍ପା ମୂଳକ ରାଶି । ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକମାନେ ହେଲେ ତିଗିରିଆର ମହମ୍ମଦ ଜହୁର ଏବଂ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରଣଝାଲି ଗାଁର ସନ୍ତୋଷ ଗୌଡ

ଆଜି ଉଭୟଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚିଛି । ଭୁବନେଶ୍ବର ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ତଥା ଅନ୍ୟ ପରିଷ୍ଠ ବ୍ୟକ୍ତି ସେଠାରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଉଭୟଙ୍କ ମରଶରୀରକୁ ସ୍ବତନ୍ତ୍ର ଗାଡି ଯୋଗେ ସେମାନଙ୍କ ଜନ୍ମମାଟିକୁ ପଠାଯାଇଛି ।

ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ । ୪୫ ଭାରତୀୟଙ୍କ ମୃତଦେହ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗତକାଲି କୋଚିରେ ପହଞ୍ଚିଥିଲା । ସେଠାରୁ ବିମାନଟି ନୂଆ ଦିଲ୍ଲୀ ଚାଲି ଯାଇଥିଲା । ସେଠାରୁ ୨ ଓଡ଼ିଆଙ୍କ ମୃତଦେହ ଧରି ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱରରେ ପହଞ୍ଚିଛି ।