Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୭୬ କଇଁଛ ଉଦ୍ଧାର, ୪ ଗିରଫ

ଉମରକୋଟ: ଧରା ପଡ଼ିଲା କଇଁଛ ଚାଲାଣ ରାକେଟ । ୧୭୬ କଇଁଛ ଉଦ୍ଧାର । ଚୋରାଚାଲାଣ ଅଭିଯୋଗରେ ୪ ଗିରଫ, ଦୁଇ ବାଇକ ଜବତ । ଝରିଗାଁ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇ କଇଁଛ ଉଦ୍ଧାର କରାଯାଇଛି ।
କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଝରିଗାଁ ବନ ବିଭାଗ । ଏହାପରେ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି ୧୭୬ଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ । ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଥିବା ବେଳେ, ୪ ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଚାରି ଜଣ କଳାହାଣ୍ଡି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ