ବିଜୁଳି ଆଘାତରେ ନାବାଳିକା ଙ୍କ ମୃତ ପୋଲିସ ନିକଟରେ ବାପା କଲେ ଲିଖିତ ଅଭିଯୋଗ


ପଟ୍ଟାଙ୍ଗି୧୫/୦୬ସାରା ରାତିରେ ରଜ ଉତ୍ସବ ପାଳନ ହେଉଥିବା ବେଳେ ଏହାରି ଭିତରେ ଘଟିଯାଇଛି ଏକ
ଦୁଃଖଦ ଘଟଣା । ଯାହାକୁ ନେଇ ପରିବାର ତଥା ସମ୍ପର୍କୀୟ ଙ୍କ ମଧ୍ୟରେ ଖେଳିଯାଇଛି ଶୋକା କୂଳ ପରିବେଶ । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ରାଲେଗଡା ପଞ୍ଚାୟତ ର ବୁନ୍ଦୁଲପାଡୁ ଗ୍ରାମରେ ବସବାସ କରୁଥିବା ରାମଚନ୍ଦ୍ର ତାମାଲ୍ ଙ୍କ ପରିବାର କ୍ଷେତ୍ରରେ । ସୂଚନା ମୁତାବକ ଉକ୍ତ ଗ୍ରାମର ରାମଚନ୍ଦ୍ର ଙ୍କ ନାବାଳିକା ମାରିଆ ତାମାଲ୍ ଗ୍ରାମର କିଛି ଦୂରରେ ରହିଥିବା ଏକ ଖୋଲ ସ୍ଥାନରେ ଗାଇ ଚୋରାଉ ଥିବା ବେଳେ ହଟାତ୍ ଘଡଘଡି ସହ ବିଜୁଳି ମାରିବା ରେ ଲାଗିଲା । ଏହି ସମୟରେ ନାବାଳିକା ଜଣକ ଉକ୍ତ ଖୋଲା ସ୍ଥାନରୁ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଟାତ୍ ତା ଉପରେ ବିଜୁଳି ଆଘାତ ଲାଗିଥିଲା । ଯାହା ଫଳରେ ଘଟଣା ସ୍ଥଳେ ଅଚେତ ହୋଇ ପଡିଯିବା ଗ୍ରାମବାସୀ ଦେଖି ଘଟଣା ସ୍ଥଳରେ ପହଞ୍ଚି ଅଚେତ ହୋଇ ନାବାଳିକା ଙ୍କୁ ଉଧାର କରି ଘରକୁ ଆଣିଥିଲେ ମଧ୍ୟ ନାବାଳିକା ମାରିଆ ମୃତ ବରଣ କରି ଯାଇଥିଲା । ଯାହାକୁ ନେଇ ଗ୍ରାମରେ ଏବଂ ପରିବାର ବର୍ଗଙ୍କ କ୍ଷେତ୍ରରେ ଶୋକା କୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତ ନାବାଳିକା ଙ୍କ ବାପା ରାମଚନ୍ଦ୍ର ସ୍ଥାନୀୟ
ପୋଲିସ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସେପଟେ ମୃତ ନାବାଳିକା ଙ୍କ ଏହିପରି ଦୁଃଖଦ ଘଟଣାରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଶୋକ ପ୍ରକାଶ କରିଥିବା ବେଳେ ପୋଲିସ ର ତଦନ୍ତ ରିପୋର୍ଟ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତୁରନ୍ତ ପରିବାର ବର୍ଗଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମୃତ ନାବାଳିକା ଙ୍କ ବାପାଙ୍କ ଲିଖିତ ଅଭିଯୋଗ କୁ ଆଧାର କରି ଥାନାଧିକାରୀ ଚତୁର୍ଭୁଜ ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗ୍ରାମରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏଠାରେ ସୂଚନା ଥାଉକି ମୃତ ନାବାଳିକା ମାରିଆ କାଉଁଗୁଣ୍ଠା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଜଣାପଡ଼ିଛି ।