Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାନ ଭାଇକୁ ଖଣ୍ଡାରେ ହାଣି ହତ୍ୟା କଲା ବଡ଼ ଭାଇ

ବାରିପଦା: ଜମିବାଡି ବିବାଦକୁ କେନ୍ଦ୍ର କରି ସାନ ଭାଇକୁ ଖଣ୍ଡାରେ ହାଣି ହତ୍ୟା କଲା ବଡ଼ ଭାଇ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ଗାଁରେ । ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାନ ଭାଇକୁ ମାରିବା ପରେ ବଡ଼ ଭାଇ ଫେରାର ହୋଇ ଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଲୁଣଚାଟି ଗାଁର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ । ତେବେ ଜାଗାକୁ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିଲା । ପାଚେରୀକୁ ନେଇ ଆଜି ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅରୁଣ ଉତକ୍ଷିତ୍ପ ହୋଇ ଏକ ଖଣ୍ଡାରେ ଜୟନ୍ତଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।