Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ

ମୋହନା: ମୋହନା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ଶଳାକୁ ଗୁଳି କରି ହତ୍ୟା କରିଛନ୍ତି ଭିଣୋଇ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରିବା ସହ ଭିଣୋଇଙ୍କୁ ଅଟକ ରଖିଛି । ମୃତକ ହେଲେ ଭାଲିଆଗଣି ଗାଁର କୈଳାଶ ନାୟକ ।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ କୈଳାଶ କାଠ ଆଣିବାକୁ ଜଙ୍ଗଲକୁ ଯାଇଥିଲେ l ଏହି ସମୟରେ ଭିଣୋଇ ଉଦୟ ଏକ ଦେଶୀ ବନ୍ଧୁକରେ ତାଙ୍କ ଉପରକୁ ଗୁଳି ଚଲାଇଥିଲେ । ଦୁଇ ରାଉଣ୍ଡ ଗୁଳି ତାଙ୍କ ଛାତିରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ଭିଣୋଇ ଉଦୟକୁ ଅଟକ ରଖିଛି । ଉଦୟ ପାଖରୁ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ ପୋଲିସ ଜବତ କରିଛି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି l