ବିବାହ ଉତ୍ସବଙ୍କୁ ସ୍ମରଣୀୟ କରିବାକୁ ରକ୍ତଦାନ ଶିବିର


ବାଲେଶ୍ବର: ବିବାହ ଉତ୍ସବକୁ ସ୍ମରଣୀୟ କରିବାକୁ ସବୁ ଦମ୍ପତି ଚାହିଁଥାନ୍ତି । ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଆଜି ଆମେ ଏମିତି ଏକ ନବ ଦମ୍ପତିଙ୍କ କଥା କହିବାକୁ ଯାଉଛୁ, ଯିଏ ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବାକୁ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ଏହାସହ ଉତ୍ସବକୁ ଆସିଥିବା ଅତିଥିଙ୍କୁ ଗଛ ଉପହାର ଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ।
ବାଲାଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ଗ୍ରାମର ନବ ଦମ୍ପତି କ୍ରୀଷ୍ନାକାନ୍ତ ପାତ୍ର ଏବଂ ସସ୍ମିତା ପାତ୍ର ଏମିତି କରିଛନ୍ତି । ରିସେପସନ ପାର୍ଟିରେ ନବ ଦମ୍ପତି ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଉଭୟ ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ଏହି ମହତ କାମରେ ସାମିଲ ହେବାକୁ ଉତ୍ସାହିତ କରିଥିଲେ ।
ବିବାହ ଉତ୍ସବକୁ ଯାକ ଜମକ ନକରି ସମାଜର ଆବଶ୍ୟକତାକୁ ଅନୁଭବ କରି ନବ ଦମ୍ପତି ନେଇଛନ୍ତି ଏହି ନିଆରା ପଦକ୍ଷେପ । ନିଶ୍ବାସ ପାଇଁ ଗଛଟିଏ ଆଉ ରକ୍ତ ଅଭାବ ପାଇଁ ରକ୍ତଦାନ ଶୀର୍ଷକରେ ଶିବିର ଆୟୋଜନ କରିଛନ୍ତି । ଏହି ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଗୃହିତ ହୋଇଥିଲା । ଏହାସହ ବିବାହ ଭୋଜିରେ ଯୋଗ ଦେଉଥିବା ଅତିଥିଙ୍କୁ ୧୦୦ରୁ ଅଧିକ ଚାରା ଗଛ ବଣ୍ଟନ କରିବା ସହିତ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ ନବ ଦମ୍ପତି ।