Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ରାଜନୈତିକ ଉତ୍ତରାଧିକାରୀ କୁହାଯାଉଥିବା ତାଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ କରିଛନ୍ତି । ନେଦରଲ୍ୟାଣ୍ଡସ୍‌ରେ ସେ ବିବାହ କରିଛନ୍ତି । ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ।
ନେଦରଲ୍ୟାଣ୍ଡସ୍‌ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ଉଭୟ ଅରୁଣ ଓ ନାଦିଆ ପରସ୍ପରର ଜୀବନସାଥୀ ପାଲଟିଛନ୍ତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ପ୍ରେମଙ୍କ ଝିଅ ସୋଶାଲ ମିଡିଆରେ ଏହାର ଫଟୋ ଓ ଭିଡିଓ ସେୟାର କରିଛନ୍ତି ।
ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଅରୁଣ ପଟ୍ଟନାୟକ ନବୀନ ନିବାସ ଆସିଥିଲେ । ସେ ହିଁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ସେତେ ବେଳେ ଚର୍ଚ୍ଚା ଜୋର ଧରିଥିଲ । ମାତ୍ର ଏହାପରେ ଅରୁଣ ଭୁବନେଶ୍ୱରରୁ ଫେରି ଯାଇଥିଲା । ସେ ଦାଦାଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ଏବେ ଶୁଣିବାକୁ ମିଳୁଛି । ତେବେ ନବୀନ ପଟ୍ଟନାୟକ ଏହି ବିବାହରେ ସାମିଲ ହୋଇ ନାହାନ୍ତି।