ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଡ୍ରେନରେ ଭାସି ଯାଇ ଜଣେ ନାବାଳକ ନିଖୋଜ । ନାବାଳକର ବୟସ ୮ ବର୍ଷ ବୋଲି ଜଣାପଡିଛି । ଘଟଣା ଅୁନିଟ-୩ ଅଞ୍ଚଳରେ ଘଟିଛି । ପିଲାଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ରାଜଧାନୀରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା । ଫଳରେ ରାସ୍ତା ଜାମ ହୋଇ ଡ୍ରେନରେ ପ୍ରଚୁର ପରିମାଣରେ ବର୍ଷା ପାଣି ନିଷ୍କାସିତ ହେଉଥିଲା । ଏହି ସମୟରେ ୟୁନିଟ୍-୩ ଅଞ୍ଚଳର ନାବାଳକ ଜଣଙ୍କ କୌଣସି ପ୍ରକାରେ ପାଣି ସ୍ରୋତରେ ପଡିଯାଇଥିଲା । ଫଳରେ ସେ ଡ୍ରେନରେ ଭାସି ଯାଇଛି ।
ଖବର ପାଇଁ ଅଗ୍ନିଶମ ବାହିନୀ ପହଞ୍ଚି ପିଲାଟିକୁ ଉଦ୍ଧାର କାର୍ଯ୍ୟକରେ ଲାଗିଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ପିଲାଟିକୁ ଖଷାଜାଖୋଜି କରୁଛନ୍ତି ।
ରାଜଧାନୀରେ ପୁଣି ଡ୍ରେନ ଅଘଟଣ, ଭାସିଗଲା ୮ ବର୍ଷର ନାବାଳକ
