Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡଖମାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବଡ଼ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୋମବାର ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାସବିହାରୀ ମେହେର ଶ୍ରେଣୀ ଗୃହ ସଫେଇ ପାଇଁ ଆସିଥିଲେ । ଏହି ସମୟରେ ଗୁଦାମ ଗୃହରୁ ତାଲା କାଟି  ମଧ୍ୟାହ୍ନ ଭୋଜନ ପାଇଁ ଥିବା ୬ କୁଇଣ୍ଟାଲ ୧୩ କେଜି ଚାଉଳ କୈାଣସି ଦୁର୍ବୁତ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଉକ୍ତ ଗୋଦାମ ଗୃହ ଯାଞ୍ଚ କରାଯାଇଥିଲା । ଏନେଇ ପ୍ରଧାନ ଶିକ୍ଷକ ସୁବଳୟା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଥାନାରେ ଏକ ମାମଲା ରୁଜୁ କରି  ଅଧିକ ତଦନ୍ତ ଜାରି ରହିଥିବା ଜଣାଯାଇଛି।