Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜସେବୀଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳୀ ସଭା ସହ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସ୍ଥିତ ବାବୁନିକ୍ତିମାଲ ଗ୍ରାମର ସେହି ଗ୍ରାମର ବିଶିଷ୍ଟ ସମାଜସେବୀ ଈଶ୍ୱର ଚନ୍ଦ୍ର ପଟେଲଙ୍କ ସ୍ମୁତି ଚାରଣ ସହ ବୁକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୁତି ସଭାରେ ଚଳଚିତ୍ର ନିର୍ଦେଶକ ତଥା ପୂର୍ବ କଲେଜ ଅଧ୍ୟକ୍ଷ ଅତୁଲ୍ୟ ମହାକୁଡ଼, ନାଟ୍ୟକାର ହୃଦାନନ୍ଦ ଶର୍ମା, ପଣ୍ଡିତ ଅଲେଖ କୁମାର ପତି, ଉଦ୍ୟାନବିତ ରବୀନ୍ଦ୍ର କୁମାର ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଦୀନବନ୍ଧୁ ପଟେଲ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ହେମ କୁମାର ନାୟକ, ଅବସର ପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲ, ବି. ଜେ. ପି. ମଣ୍ଡଳ ସଭାପତି ସୁନୀଲ ଦାସ ପ୍ରମୁଖ ଶ୍ରଦ୍ଧା ସୁମନ ଜଣାଇବାକୁ ସହ ସ୍ବର୍ଗତ ଈଶ୍ୱର ବାବୁଙ୍କ ଜନ ହିତକର କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ସ୍ମୁତିରେ କବିୟତ୍ରୀ ସୁସ୍ମିତା ପଟେଲ, ମଞ୍ଜିଲ ନାୟକଙ୍କ ସମେତ ସମସ୍ତ କଵି ସ୍ୱରଚିତ କବିତା ପାଠ କରିଥିଲେ। ଏହା ପାରେ ଈଶ୍ୱର ପଟେଲ ଅମର ରହେ ଧ୍ୱନି ଦେବା ସହ ତାଙ୍କ ପ୍ରତିଷ୍ଠିତ ରାଧାକୃଷ୍ଣ ମନ୍ଦିର ପଡିଆରେ ବିଭିନ୍ନ ପ୍ରଜାତି ର ଚାରା ରୋପଣ କରାଯାଇଥିଲା। ଏଥିରେ ଅତିଥି ମାନଙ୍କ ସହ ଗୌରାଙ୍ଗ ପଟେଲ, ଭୀଷ୍ମଦେବ ପଟେଲ, ଟଙ୍କଧର ପଟେଲ, ସୁରମା ପଟେଲ, ରଜତ ପଟେଲ, ସଲିମା ପଟେଲ, ଯଶୋବନ୍ତ ପଟେଲ, କବିତା ପଟେଲ, ସୌଦାମିନୀ ପଟେଲ, ପଙ୍କଜିନୀ ନାୟକ, ସବିତା ନାୟକ ପ୍ରମୁଖ ଚାରା ରୋପଣ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ସୁନ୍ଦରଗଡ ନିବାସୀ ସିଗ୍ଧା ପଟେଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ସୌମ୍ୟା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ