Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଡ଼ିକାଲରୁ ମିଳିଲା ନବଜାତ ଶିଶୁର ମୃତଦେହ

ନବରଙ୍ଗପୁର: ମେଡିକାଲ ପରିସରରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର । ଶିଶୁଟି କେମିତି ମଲା ଓ କିଏ, କାହିଁକି ମୃତଦେହଟିକୁ ମେଡିକାଲରେ ପକାଇ ଦେଇ ଚାଲିଗଲା ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି । ଘଟଣା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ।

ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକେଟ କାଉଣ୍ଟର ନିକଟରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ । ଏନେଇ ମେଡକିଶ କର୍ତ୍ତୃପକ୍ଷଙ୍କ ସମେତ ପୋଲିସକୁ ଖବର ଦେଇଥିଲେ । ପୋଲିସ ମେଡିକାଲରେ ପହଞ୍ଚି ମୃତଦେହଟିକୁ ଜବତ କରିଛି । ବିଳମ୍ବିତ ରାତିରେ କିଏ ଶିଶୁଟିକୁ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି । ଶିଶୁଟି କାହାର ଓ କିଏ ଫିଙ୍ଗି ଦେଲା ତାହା ଜଣାପଡ଼ିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories