Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡି ଧକାରେ ଜଣେ ମୃତ

ଅଜଣା ଗାଡି ଧକାରେ ଜଣକର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ବ୍ୟକ୍ତି ହେଲେ ପିଡିକା ସାନୀ ତାଙ୍କ ଘର ବନ୍ଧୁଗାଁ ଥାନା ଅନ୍ତର୍ଗତ ସରଲପଲ୍ଲୀ ଗ୍ରାମ ଠାରେ ବୋଲି ଜଣା ପଡିଛି। ଆଜି ସକାଳୁ ସିଏ ନିଜ ଘରୁ ବାହାରି ଚାଷ ଜମିକୁ ଜାଉଥିବା ବେଳେ ପଛପଟରୁ ଏକ ଅଜଣା ଗାଡି ଧକା ଦେଇଥିଲା।ଫଳରେ ସିଏ ରାସ୍ତାକଡକୁ ଛିଟିକି ପଡିବାରୁ ଘଟଣା ସ୍ଥଳରେହିଁ ତାଙ୍କର ମୃତ୍ୟୁ ଘଟିଥିଲା।ସେହି ରାସ୍ତା ଦେଇ ଜାଉଥିବା କିଛି ଲୋକ ତାଙ୍କ ଘରେ ଜଣାଇବା ପରେ ତାଙ୍କ ପିତା ପିଡିକା ଆପନା ବନ୍ଧୁଗାଁ ଥାନାରେ ଅଭିଯୋଗ କରିଥିଲେ।ବନ୍ଧୁଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ସବ ଉଧାର କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଏନେଇ ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଏନେଇ ତାଙ୍କ ସାହିରେ ଶୋକାକୁଳ ପରିବେଶ ଶୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି