ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବିଶାଲ ପାଲି ଗ୍ରାମ୍ୟ ଜଙ୍ଗଲ ଜମିକୁ ପଡୋଶୀ ଭାଲୁଡୁଙ୍ଗୁରୀ ଗ୍ରାମର କିଛି ଅସାଧୁ ବ୍ୟକ୍ତି ଜୋର୍ ଜବରଦସ୍ତ ଅକ୍ତିଆର କରି ଚାଷ କରୁଥିବା ପ୍ରତିବାଦ କରିଥିଲେ l ବିଶାଲ ପାଲି ଗ୍ରାମର ଶତାଧିକ ମହିଳା ଏହାର ପ୍ରତିବାଦ କରି ବୁଧବାର ବୀରମହାରାଜପୁର ଉପ ଜିଲ୍ଲାପାଳ କାର୍ଯ୍ଯାଳୟ ଘେରାଉ କରିଥିଲେ I ତାଙ୍କ ଗ୍ରାମରେ ଥିବା ଜଙ୍ଗଲ ଜମି , ଗ୍ରାମ୍ୟ ଜଙ୍ଗଲ ଓ ରାସ୍ତାକୁ ଭlଲ ଡୁଙ୍ଗୁରି ଗାଁ ର କିଛି ଲୋକ ଜୋର୍ ଜବରଦସ୍ତ ଅକ୍ତିଆର କରିଛନ୍ତି l ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଅସୁବିଧା ହେଉଛି I ଉକ୍ତ ଜମିକୁ ଜବର ଦଖଲ ମୁକ୍ତ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଅନେକ ଥର ବୀରମହାରାଜପୁର ଉପଜିଲ୍ଲାପାଳ , ତହସିଲଦାର , ରେଞ୍ଜ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l ଅଭିଯୋଗ ଆଧାରରେ ତହସିଲ ତରଫରୁ ତଦନ୍ତ କରି ଏହି ଜମିରେ କୌଣସି ବ୍ୟକ୍ତି ଅକ୍ତିଆର କରି ପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ l ପରବର୍ତ୍ତି ସମୟରେ ପ୍ରଶାସନ ତରଫରୁ ଗତ କିଛିଦିନ ଆଗରୁ ଉକ୍ତ ସ୍ଥାନରେ ତହସିଲଦାର 144 ଧାରା ଲାଗୁ କରିଥିଲେ l ଏହା ସତ୍ତ୍ୱେ ଭlଲଡୁଙ୍ଗୁରି ଗାଁ ଲୋକ ଅକ୍ତିଆର କରିଛନ୍ତି I ଏଣୁ ବିଶାଲପାଲି ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବା ସହ ସମସ୍ୟାର ସମାଧାନ ନ ହେଲେ ଅନ୍ୟଥା ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି l