Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୨୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ସକାଳୁଆ ସ୍କୁଲ, ୨୨ରୁ ସ୍ବାଭାବିକ ପାଠପଢ଼ା

ଭୁବନେଶ୍ବର: ଖରାକୁ ନଜରରେ ରଖି ରାଜ୍ୟରେ ଆଉ ଗୋଟିଏ ଦିନ ବଢ଼ିଲା ସକାଳୁଆ ସ୍କୁଲ ଅବଧି । ଆସନ୍ତାକାଲି ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ହେବ ପାଠପଢ଼ା । ୨୨ ତାରିଖରୁ ସ୍ବାଭାବିକ ଭାବେ ଚାଲିବ ସ୍କୁଲ । ଏନେଇ ସୂଚନା ଦେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ।
ପାଣିପାଗ ସ୍ଥିତି ଦେଖି ସକାଳୁଆ ସ୍କୁଲ ଓ ଆବଶ୍ୟକ ପଡିଲେ ସ୍କୁଲ ବନ୍ଦ କରିବାକୁ ଜିଲ୍ଲାପାଳମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତ ମଙ୍ଗଳବାରଠୁ ରାଜ୍ୟର କିଛି ଜିଲ୍ଲାରେ ସ୍କୁଲ ଖୋଲିଛି । ତେବେ କିଛି ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହୋଇଥିବାରୁ ସ୍କୁଲ ଖୋଲିନାହିଁ । ଚଳିତବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପ୍ରବଳ ତାତି ଅନୁଭୂତ ହେବାରୁ ପୂର୍ବରୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।