ସେର୍ଚ୍ଛାକୃତ ରକ୍ତଦାନ କରି ନିଜ ଗାଁ ପାଇଁ ଆଦର୍ଶ ସାଜିଲେ ଦୁଇ ଯୁବକ ଏବଂ ମହିଳା


ବେଲଗୁଣ୍ଠା ,20/06, ବର୍ତ୍ତମାନ ରକ୍ତଭଣ୍ଡାର ଗୁଡ଼ିକରେ ଯେଉଁଭଳି ଭାବରେ ରକ୍ତ ସଙ୍କଟ ଦେଖାଦେଇଛି ଏଥିପାଇଁ ଲୋକଙ୍କ ମଧ୍ୟରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି I ଖାସ୍ କରି ଗ୍ରାମାଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ମଧ୍ୟ ଲୋକଙ୍କର ରକ୍ତଦାନ ପାଇଁ କିଛି ଭୟ ରହୁଥିବାରୁ ଗ୍ରାମାଞ୍ଚଳ ଗୁଡ଼ିକରେ ଲୋକଙ୍କୁ ରକ୍ତଦାନ ପାଇଁ ଆଗ୍ରହୀ କରିବା ଉଦ୍ଦେଶ୍ୟରେ ସୋରଡ଼ା ବ୍ଳକ୍ ର ଖପରାଗଣ୍ଡା ଭଳି ଏକ ନିପଟ ମଫସଲ ଗ୍ରାମରୁ କିଛି ଯୁବକ ଆଗେଇ ଆସିଛନ୍ତି I ଗ୍ରାମର ବିଶିଷ୍ଟ ସମାଜସେବୀ ସୁଧୀର କୁମାର ପ୍ରଧାନ ପ୍ରତିବର୍ଷ ନିଜ ଜନ୍ମ ଦିନରେ ସ୍ଵେଚ୍ଛାକୃତ ରକ୍ତଦାନ କରୁ୍ଥିବା ବେଳେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ଗ୍ରାମର ଆଉ କିଛି ଯୁବକ ଏବଂ ମହିଳା I ଏହି ଅବସରରେ ଆଜି ଖପରାଗଣ୍ଡା ଗ୍ରାମର ସୁଦାମ ଭୂୟାଁ,ଟୁଟୁ ପ୍ରଧାନ ଏବଂ ସୁମିତ୍ରା ପ୍ରଧାନ ଆଜି ସୁଧୀରଙ୍କ ସହିତ ଆସି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଛନ୍ତି I ସୁଦାମ,ଟୁଟୁ ଏବଂ ସୁମିତ୍ରା ପ୍ରଥମ ଥର ସ୍ଵେଚ୍ଛାକୃତ ରକ୍ତଦାନ କରି ଖୁସି ଅନୁଭବ କରିବା ସହିତ ନିଜ ଗ୍ରାମର ଯୁବ ଗୋଷ୍ଠୀଙ୍କୁ ମଧ୍ୟ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ଆହ୍ୱାନ କରିଛନ୍ତି I ଖୁବ୍ ଶୀଘ୍ର ଖପରାଗଣ୍ଡା ଗ୍ରାମରେ ଯୁବକଙ୍କୁ ସଚେତନ କରାଯାଇ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସମାଜସେବୀ ସୁଧୀର କୁମାର ପ୍ରଧାନ ପ୍ରକାଶ କରିଛନ୍ତି I ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀ ଅବିନାଶ ପ୍ରଧାନ ଏବଂ ମେଡିକାଲ୍ ସହାୟତା କେନ୍ଦ୍ର ପରିଚାଳକ ନାରାୟଣ ବେହେରା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବା ସହିତ ସୁଦାମ,ଟୁଟୁ ଏବଂ ସୁମିତ୍ରାଙ୍କୁ ଉତ୍ସାହିତ କରିଥିଲେ I