Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହିଲୁଙ୍ଗ ପଞ୍ଚାୟତ ସଭାଗୃହରେ ରେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ପଞ୍ଚାୟତ ସଭାଗୃହରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୌଳିକ କର୍ତ୍ତବ୍ୟ ଉପରେ ଏକ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସୁବର୍ଣ୍ଣପୁର ର ସଚିବ ମିସ୍ କୁମୁଦିନି ମୁଦୁଲି ଅଧ୍ୟକ୍ଷତା କରି ମୌଳିକ କର୍ତ୍ତବ୍ୟ ଉପରେ ଅବଗତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଡି ଏସ୍ ପି ଚନ୍ଦ୍ର ଶେଖର ଶବର , ଓକିଲ ବାସୁଦେବ ବାରିକ , ସଞ୍ଜୀବ କୁମାର ପଧାନ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥ , ଆଉ ସି ଡି ଏସ୍ ସୁପରଭାଇଜର ମୀନତି ମିଶ୍ର , ନାଏବ ସରପଞ୍ଚ ରଞ୍ଜିତା କର୍ଣ୍ଣ , ସ୍ବେଚ୍ଛାସେବୀ ଶାନ୍ତିଲତା ଜଗଦଲl ପ୍ରମୁଖ ଯୋଗଦେଇ ମୌଳିକ କର୍ତ୍ତବ୍ୟ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଆଇନ ସେବା ପ୍ରାଧୀକରଣର ବିନ୍ଦୁସାର୍ ମହାପାତ୍ର, କେଶବ ଚନ୍ଦ୍ର ଗୁରୁ , ସିଦ୍ଧାନ୍ତ କୁମାର ବାଘ , କମଳ ଲୋଚନ ବେହେରା , ଅନାମ ସାହୁ , ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ I