Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶାଲପାଲି ଜଙ୍ଗଲ ଜମି ଜବର ଦଖଲ ଘଟଣାରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କଲା ପ୍ରଶାସନ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବିଶାଲପାଲି ଗ୍ରାମ୍ୟ ଜଙ୍ଗଲ ଜମି ଓ ଗ୍ରାମ ର ରାସ୍ତାକୁ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ସ୍ଵାଗତ କୁମାର ପଣ୍ଡା ଓ କେନଝରିଆ ପାଲି ରାଜସ୍ଵ ନିରୀକ୍ଷକ ଯୁଗଳ କିଶୋର ମହାକୁର ତଦନ୍ତ କରିଛନ୍ତି l ଉକ୍ତ ସ୍ଥାନରେ ଜେସିପି ଲଗାଇ ଚାଷ ଜମି ତିଆରି ଧାନ ଫସଲ କରିଥିବା ତଦନ୍ତରେ ଜଣା ପଡିଛି I ତହସିଲଦାର ଙ୍କୁ ଉକ୍ତ ରିପୋର୍ଟ ତଦନ୍ତକାରୀ ଦଳ ପ୍ରଦାନ କରିଛନ୍ତି I ସୂଚନା ଯୋଗ୍ୟ ଯେ ଭlଲ ଡୁଙ୍ଗୁରି ଗ୍ରାମ ର କିଛି ଲୋକ ବିଶାଲପାଲି ଗ୍ରାମ୍ୟ ଜଙ୍ଗଲ ଜମି ଓ ଗ୍ରାମ ର ରାସ୍ତାକୁ ଜବର ଦଖଲ କରି ଆସୁଥିବା ପ୍ରତିବାଦରେ ରେ ବିଶାଲପାଲି ଗ୍ରାମବାସୀ ପ୍ରତିବାଦ କରି ଆସୁଥିଲେ I ଏନେଇ ଗ୍ରାମର ମହିଳାମାନେ ଗତ ବୁଧବାର ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରି ପ୍ରତିବାଦ କରିଥିଲେ I ଅଭିଯୋଗ ପାଇ ବୀରମହାରାଜପୁର ଉପଜିଲ୍ଲାପାଳ ତହସିଲଦାର ଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ l