Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜବେଷ୍ଟସ ଭାଙ୍ଗି ପୂଜା ଭଣ୍ଡାର ରୁ ଚୋରି ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତ୍ରିବେଣୀ ଛକ ସ୍ଥିତ ଶିବାନୀ ପୂଜା ଭଣ୍ଡାର ରୁ ଦୋକାନ ଘର ଆଜବେଷ୍ଟସ୍ ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଜଣାପଡିଛି I ଦୋକାନ ମାଲିକ ବିଶ୍ଵାମିତ୍ର ପ୍ରଧାନ ତାଙ୍କ ଦୋକାନ ସକାଳୁ ଖୋଲିବା ସମୟରେ ଏକଥା ଜାଣି ପାରିଥିଲେ I ଘଟଣା ସମ୍ପର୍କରେ ଦୋକାନି ଶ୍ରୀ ପ୍ରଧାନ ଚୋର ଦୋକାନ ଡ୍ର ଭାଙ୍ଗି ନଗଦ 60 ହଜାର ଟଙ୍କା ଚୋରି କରି ନେଇଥିବା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ତଦନ୍ତ କରୁଛି I ସୂଚନା ଅନୁସାରେ ଦୋକାନ ମାଲିକ ବୁଧବାର ରାତି 9.30 ରେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ I ରାତି ଗୋଟାଏ ବେଳେ ଜଣେ ଦୁର୍ବୁତ୍ତ ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରକୁ ପଶିଥିବା ବେଳେ ସେ ମୁହଁରେ ଗାମୁଛା ବାନ୍ଧି ମୁହଁ ଘୋଡାଇ ଚୋରି କରିଥିବା ସିସିଟିଭି କ୍ୟାମେରା ରୁ ଜଣା ପଡିଛି I ଦୋକାନ ନିକଟରେ ଏସ୍ ବି ଆଇ ଏ ଟି ଏମ୍ କାଉଣ୍ଟର ରେ ସୁରକ୍ଷା କର୍ମୀ ଜଗିରହି ଥିବାବେଳେ ପ୍ରାୟ 100 ମିଟର ଦୂରରେ ବୀରମହାରାଜପୁର ଆଦର୍ଶ ଥାନା ରହିଛି I ପୁଣି ରାତି ସାରା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଚୋର ଚକମା ଦେଇ ଚୋରି କରିଥିବା ଆଦି ଘଟଣା ବିଷୟରେ ସାଧାରଣ ରେ ବହୁ କଥା ଚର୍ଚ୍ଚା ହେଉଛି I ଦୋକାନ ର ସି ସି ଟି ଭି ଫୁଟେଜ , ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୁଲିସ ଅନୁସନ୍ଧାନ ଜାରି ରଖିଛି ଏକ କେଶ ରୁଜୁ କରି I