Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇଛି

ଜମନକିରା : ଜମନକିରା ବ୍ଲକ ପରିସରରେ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିବିରକୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରୋହିତ ଭୋଇ, ବିଡ଼ିଓ ରୀନା ନାଏକ, ତହସିଲଦାର ହରେକୃଷ୍ଣ ବରିହା ପ୍ରମୁଖ ଉଦଘାଟନ କରିଥିବା ବେଳେ ଯୋଗ ଗୁରୁ ଭାବେ ଡ଼ା. କାର୍ତ୍ତିକେଶ୍ୱର ପଧାନ ଏବଂ ନାରାୟଣ ପଧାନ ଯୋଗ ଶିକ୍ଷା ଦେଇଥିଲେ। ଯୋଗ କରିବା ଦ୍ଵାରା ମାନସିକ ତଥା ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ। ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ଯୋଗ କରିବା ନିହାତି ଆବଶ୍ୟକ ବୋଲି ଯୋଗ ଗୁରୁ ମାନେ କହିଥିଲେ। ଆଜିର ଏହି ଯୋଗ ଶିବିରରେ ବ୍ଲକ ଅଞ୍ଚଳର ବିଭିନ୍ନ ବର୍ଗର ପ୍ରାୟ ୪ ଶହ ରୁ ଅଧିକ ମହିଳା, ପୁରୁଷ ଏବଂ ଛାତ୍ରୀ ଛାତ୍ର ଯୋଗ ଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ। ଶେଷରେ ବିଡ଼ିଓ ସୁଶ୍ରୀ ନାଏକ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ବିରାମ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ