Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୁଗୁଡ଼ିପାଲି ରୁ ସାଇକେଲ ରେ ଅଯୋଧ୍ୟା ଯାତ୍ରା କଲେ ଗାଁ ର ଯୁବକ ଅମିତ ମିଶ୍ର

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ରୁଗୁଡ଼ି ପାଲି ଗାଁ ର ଯୁବକ ଅମିତ ମିଶ୍ର (22 ବର୍ଷ) ତାଙ୍କ ଗ୍ରାମରୁ ସାଇକେଲ ଯୋଗେ ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି I ବୁଧବାର ଦିନ ସକାଳେ ସେ ନିଜ ଗାଁରୁ ବାହାରି ସାଇକେଲ ରେ ସୋନପୁର ଯାଇ ପ୍ରଥମେ ମା ସୁରେଶ୍ଵରୀ ଙ୍କର ଦର୍ଶନ କରିଥିଲେ I ସେଠାରୁ ସେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରି ବୌଦ୍ଧ , ଦଶପଲା ଦେଇ ନୟାଗଡ଼ ରେ ପହଁଚି ଥିବା ସୂଚନା ଦେଇଛନ୍ତି l 25 ରୁ 28 ଦିନ ମଧ୍ୟରେ ଅଯୋଧ୍ୟା ପହଞ୍ଚି ସେ ରାମ ଲାଲା ଙ୍କ ଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି I ଅମିତ ସୋନପୁର କଲେଜ ରୁ ବି.କମ ପାସ କରିବା ପରେ ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି I