Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ

କଟକ: ଟ୍ରେନରେ ଟଙ୍କା ଚାଲାଣ ବେଳେ ପୋଲିସ ରେଡ୍ । ଦୁଇ ଯୁବକଙ୍କୁ ମାଡ଼ି ବସିଲା କଟକ ଆରପିଏଫ । ଉଭୟଙ୍କ ପାଖର ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି । ଫଲକନାମା ଏକ୍ସପ୍ରେସରେ ଏହି ଟଙ୍କା ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଥିଲା ଆରପିଏଫ । ଗିରଫ ଯୁବକ ଦ୍ବୟ ବିହାରର ବୋଲି ଜଣାପଡିଛି । ସେମାନେ ହେଲେ ରାମନାରାୟଣ ଯାଦବ ଏବଂ ଶେଖ୍ ସିରାଜ ।

ଫଲକନାମା ଏକ୍ସପ୍ରେସରେ ଟଙ୍କା ଚାଲାଣ ହେଉଥିବା ତେଲେଙ୍ଗାନା ପୋଲିସ ସୂଚନା ପାଇଥିଲା । ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ କଟକ ଆରପିଏଫକୁ ସୂଚନା ଦିଆଯାଇଥିଲା । ଗତକାଲି ଫଲକନାମା ଏକ୍ସପ୍ରେସ କଟକରୁ ଯାଜପୁର ଛାଡ଼ିବା ବେଳେ କଟକ ଆରପିଏଫ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ଦୁଇ ଯୁବକଙ୍କ ପାଖରୁ ୨୪ ଲକ୍ଷ ଟଙ୍କା ଜବତ କରିବା ସହ ସେମାନଙ୍କୁ ଗିରଫ କରାଯାଇଛି । ତେବେ ଏହି ଦୁଇ ଯୁବକ ଏତେ ଟଙ୍କା କେଉଁଠୁ ଆଣିଲେ ? ଏହି ଟଙ୍କା ନେଇ ସେମାନେ କେଉଁଠୁ ଯାଉଥିଲେ ତାହା ଜଣାପଡ଼ିନାହିଁ । ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି ।