ଉଲୁଣ୍ଡା ପଞ୍ଚାୟତ ସମିତି ବୈଠକରେ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ସେବା ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କୁ ତାଗିତ କଲେ ବିଧାୟକ ଇଂ ରଘୁନାଥ ଜଗଦଲା


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ସମୀକ୍ଷା ବୈଠକରେ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ସେବା କରିବାକୁ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ତାଗିଦ କଲେ ନୂତନ ବିଧାୟକ ଇଂ. ରଘୁନାଥ ଜଗଦଲା I ସୋମବାର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହିତ ଶିକ୍ଷା , ସ୍ୱାସ୍ଥ୍ୟ , ଗମନାଗମନ ବେକାରୀ ସମସ୍ୟାର ସମାଧାନ ଏବଂ ଦାଦନ ଶ୍ରମିକ ମାନଙ୍କୁ ସାମାଜିକ ଓ ଆର୍ଥିକ ଭାବରେ ମୁଖ୍ୟ ସ୍ରୋତକୁ ଫେରେଇ ଆଣିବାରେ ନିସ୍ଵାର୍ଥପର , ନିଷ୍ଠାପର ଓ ଦୁର୍ନୀତିମୁକ୍ତ ସେବା ଯୋଗାଇବା ନିମନ୍ତେ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହିତ ତାଗିଦ କଲେ ମାନ୍ୟବର ବିଧାୟକ ଇଂ.ରଘୁନାଥ ଜଗଦଲା ା ଜନସାଧାରଣଙ୍କ ମୌଳିକ ସେବାରେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରୁଥିବା ସରକାରୀ ଅଧିକାରୀ ତଥା କର୍ମଚାରୀ କଦାପି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରୋକଠୋକ ଶୁଣାଇଦେଲେ ବିଧାୟକ ା ସମସ୍ତେ ମିଳିମିଶି ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିସ୍ଵାର୍ଥପର ସେବା କରିବାକୁ ସଦା ସର୍ବଦା ସଜାଗ ରହିବାକୁ ଏବଂ ତତକ୍ଷଣାତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଅତି ସୁନ୍ଦର ଭାବରେ ପରାମର୍ଶ ଦେଲେ ନୂତନ ଯୁବ ବିଧାୟକ ା ଅନ୍ୟ ପଟେ ଆଗାମୀ ଦିନ ରେ ଯେପରି ଦାନ ମାଝୀ ଭଳି ପରିସ୍ଥିତି ନ ଉପୁଜେ ଡାକ୍ତର ଖାନା ର ଅଧିକାରୀ କୁ ମଧ୍ୟ ଚେତେଇ ଦେଇଥିଲେ l ଉକ୍ତ ବୈଠକ ରେ ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରl , ସହକାରୀ ଯନ୍ତ୍ରୀ ମୁକେଶ ମାଝୀ , ଉଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷl ଶାନ୍ତିଲତା ମିଶ୍ର , ଜିଲ୍ଲାପରିଷଦ ସିଇଓ ଅସ୍ମିନ କୁମାର ମେହେର , ଏ.ପି ଡି ଆଲୋକ ରଶ୍ମି ମିଶ୍ର , ସମସ୍ତ ବ୍ଲକ ର କର୍ମଚାରୀ ଉପସ୍ଥିତ ଥିଲେ l ବିଧାୟକଙ୍କର ତାଗିତ ପରେ କର୍ମଚାରୀ ମଧ୍ୟରେ ଛନକା ପଶି ଯାଇଥିବା ଚର୍ଚ୍ଚା ହେଉଛି l