ବୀରମହାରାଜପୁର : (ସୌମିତ୍ରି ମେହେର) ଉଲୁଣ୍ଡା ବ୍ଲକ ର ସଦର ମହକୂମାରେ ରହିଛି ପ୍ରାଣୀ ଚିକତ୍ସାଳୟ l ହେଲେ ଏଠାରେ କର୍ମଚାରୀ ଙ୍କର ଅଭାବ ଯୋଗୁଁ ଅଂଚଳ ରେ ପ୍ରାଣୀ ମାନଙ୍କର ଠିକ ଭାବେ ଚିକତ୍ସା ହୋଇ ପାରୁ ନାହିଁ l ସୂଚନା ଅନୁସାରେ ଛୁଟି ରେ ଥିବା ଏମଭିଓ ଏବେ ଭୁବନେଶ୍ୱର କୁ ଡେପୁଟେସନ ଯାଇଛନ୍ତି l ଭିଏସ ପଦବୀ ଖାଲି ପଡିଛି l ପଞ୍ଚମହଲା ର ଏଲ ଆଇ ନ ଥିବା ରୁ ଧର୍ମଶାଳା ଏଲ ଆଇ ଦାୟିତ୍ୱ ରେ ରହିଛନ୍ତି I କୋଟସମଲାଇ ଏଲଆଇ ନ ଥିବାରୁ ଯାଲୋଏ ଏଲ ଆଇ ଦାୟିତ୍ୱ ନେଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି l ଯାହାକି ଠିକ ଭାବେ କାର୍ଯ୍ୟ ହୋଇ ପାରୁ ନାହିଁ l ସିଣ୍ଡୋଲ ର କର୍ମଚାରୀ ଚଡେଇପଙ୍କ ର କାର୍ଯ୍ୟ ସମ୍ପାଦନା କରୁ ଅଛନ୍ତି l ସାତୋଟି ସେଣ୍ଟର ରେ 4 ଜଣ ଏଲ ଆଇ ଥିବାବେଳେ 4 ଜଣ ଡାକ୍ତର ରହିବା ସ୍ଥାନରେ ଜଣେ ହେଲେ କେହି ନ ଥିବାରୁ ସବୁ ଖାଲି ପଡିଛି l ଭ୍ରାମ୍ୟମାଣ ପ୍ରାଣୀ ଚିକତ୍ସା ସେବା ଗାଡି ରହିଛି ହେଲେ ଡାକ୍ତର ନ ଥିବା ରୁ ଗାଡି ଟି ଠିଆ ହୋଇଛି l 1962 କୁ ହିତାଧିକାରୀ ଫୋନ କଲେ ଘର କୁ ଯାଇ ଚିକତ୍ସା ସେବା ଯୋଗାଇ ଦେବା ନିୟମ ଥିବାବେଳେ ଡାକ୍ତର ନ ଥିବା ରୁ ଲୋକ ବାଧ୍ୟ୍ୟ ହୋଇ କେନ୍ଦ୍ର କୁ ଆଣି ଚିକତ୍ସା କରୁଛନ୍ତି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି I