Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ କଳା ଦିବସ ପାଳିତ

ଲକ୍ଷ୍ମୀପୁର ୨୫/୦୬ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଜେପି କାର୍ଯ୍ୟାଳୟ ପରିସରରେ ଆଜି କଳା ଦିବସ ପାଳିତ ହୋଇଯାଇଛି।ନିର୍ବାଚନ ମଣ୍ଡଳି ସଂଯୋଜକ ଅଗସ୍ତି ହାଲବା ଙ୍କ ପରିଚାଳନା ରେ ଅନୁଷ୍ଠିତ ବୈଠକ ରେ  ସଭାପତି ଭାବେ ଅନନ୍ତ ହୁଇକା,ମୁଖ୍ୟ ବକ୍ତା ଭାବେ ରବୀନ୍ଦ୍ର ନାଥ ଖୋସଲା,ପୂର୍ବତନ ବିଧାୟକ କୈଳାଶ କୁଲେସିକା,କୋଟରାବେଡା ସରପଞ୍ଚ ଦାସାଇ ମେଲେକା , ଜିଲ୍ଲା ଉପସଭାପତି ନକୁଳ ବିଶୋଇ,ଜିଲ୍ଲା ଯୁବ ମୋର୍ଚା ସମ୍ପାଦକ ମନୋଜ ସାହୁ, ମଙ୍ଗଳମୟ ତୁରୁକ, ଦେବ ଖରା ଉଦୟ ହିକକା, ପ୍ରସାଦ ଖରା, ଶରତ ପାତ୍ର, ଟଙ୍କ ଧର ବିଶୋଇ ଙ୍କ ସମେତ ୭ଟି ମଣ୍ଡଳ ସଭାପତି ଓ ବିଜେପି କର୍ମୀ ଯୋଗ ଦେଇଥିଲେ।
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ୪ଗୋଟି ବ୍ଳକ ର ବିଜେପି କର୍ମୀ ଓ ବ୍ଳକ ସ୍ତରୀୟ ନେତା ଏଥିରେ ଉପସ୍ଥିତ ରହିଥିଲେ। ୧୯୭୫ ମସିହା ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିଜର ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିବା ସକାଶେ ଭାରତ ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ, ଯାହାକି ଭାରତ ଇତିହାସ ରେ ଏକ କଲଙ୍କିତ ଅଧ୍ୟାୟ ସୃଷ୍ଟି ହେବାସହ ସେହିଦିନ କୁ କଳା ଦିବସ ଭାବେ ବିବେଚନା କରାଯାଇଥିବା ଉପସ୍ଥିତ ବକ୍ତା ମାନେ ପ୍ରକାଶ କରିଥିଲେ।କେବଳ ସେତିକି ନୁହଁ ବରଂ ବିରୋଧୀ ମାନଙ୍କୁ ଜେଲ ଭିତରେ ପୁରାଇବା ସହ ଗଣମାଧ୍ୟମ ର କଣ୍ଠ ରୋଧ ମଧ୍ୟ କରାଯାଇଥିବା ଓ ସାଧାରଣ ଲୋକଙ୍କୁ ଅସୁବିଧା ରେ ପକାଇ ଥିଲେ ବୋଲି କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ