Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର ୨୫/୦୬ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଯୁବ ବିଧାୟକ  ପବିତ୍ର ସାଉଁତା ଙ୍କୁ ଆଜି ପ୍ରଥମ ଥର ସକାଶେ ଲକ୍ଷ୍ମୀପୁର ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସ୍ଥାନୀୟ ଘୋଡା ବନ୍ଧ ତୋଟା ରୁ କଂଗ୍ରେସ କର୍ମୀ ହାତ ରେ ଦଳୀୟ ପତକା ଧରି ବାଜା ବାଣ ରୋଷଣୀ ମାଧ୍ୟମରେ ଢେମସା ନୃତ୍ୟ କରି ପାରମ୍ପରିକ ଭାବେ ସ୍ୱାଗତ କରିଥିଲେ। ବସ ଷ୍ଟାଣ୍ଡ ରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ  ବିଧାୟକ ଙ୍କ ସହ ଅନ୍ୟାନ୍ୟ ବ୍ଳକ ସ୍ତରୀୟ ନେତା ପୁଷ୍ପ ମାଲ୍ୟ ପ୍ରଦାନ କରିବା ପରେ ନୁଆଁ ବସ ଷ୍ଟାଣ୍ଡ ଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ରାଲି କରିଥିଲେ। ମିନି ଷ୍ଟାଡିୟମ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଙ୍କୁ ଫୁଲତୋଡ଼ା ସହ ଉପ ଢ଼ୋକଣ ପ୍ରଦାନ କରି ସଂମ୍ମାନିତ କରାଯାଇଥିଲା।ବିଧାନସଭା ରେ ଶପଥ ପାଠ ଥିବା କାରଣରୁ ସମ୍ବର୍ଦ୍ଧନା ସଭା ହୋଇ ପାରିନଥିବା ବିଧାୟକ ପ୍ରକାଶ କରିଥିବା ବେଳେ ଚଳିତ ବିଧାନସଭା ରେ କୋରାପୁଟ ରୁ ୬ଜଣ ବିଧାୟକ ସହ ମୋଟ ୧୪ ଜଣ କଂଗ୍ରେସ ରେ ଥିବାରୁ ବିଧାନସଭା ରେ ଅଂଚଳ ର ବିକାଶ ସକାଶେ ଜୋରଦାର ଲଢେଇ ହେବ ବୋଲି କହିଛନ୍ତି। ଏ ଆଇ ସିସି ର ନିଷ୍ପତି ଅନୁଯାୟୀ ବିରୋଧୀ ଦଳ ନେତା ଚୟନ କରାଯିବ, ସେ ଦିଲ୍ଲୀ ଯାଇନଥିବା ପ୍ରକାଶ କରିଥିବା ବେଳେ ଏଥିରେ କୌଣସି ଦ୍ୱିମତ କେହି ହେବାର ନାହିଁ ସମସ୍ତ ବିଧାୟକ ଏକ ହୋଇ ରହିଥିବା ପ୍ରକାଶ କରିଥିଲେ।ସମ୍ବର୍ଦ୍ଧନା ସଭାରେ ବ୍ଳକ ସଭାପତି କୈଳାଶ ଖୋସଲା ସଭାପତିତ୍ୱ କରିଥିବା ବେଳେ ଚାରୋଟି ବ୍ଳକ ର କଂଗ୍ରେସ କର୍ମୀ ଙ୍କ ସମେତ ବ୍ଳକ ସ୍ତରୀୟ ନେତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ