Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କୁ ଲକ୍ଷ୍ମୀପୁର ରେ ଭବ୍ୟ ସମ୍ବର୍ଦ୍ଧନା।ଜିଲ୍ଲା ରେ ଖାଲି ପଡ଼ିଥିବା ଯୋଗାଣ ନିରୀକ୍ଷକ ପଦବୀ ଶୀଘ୍ର ପୂରଣ ହେବ.. ମନ୍ତ୍ରୀ

ଲକ୍ଷ୍ମୀପୁର ୨୭/୦୬ …ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର  ଦୁଇ ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଅବସରରେ ଥିବା ବେଳେ ଆଜି ଲକ୍ଷ୍ମୀପୁର ଠାରେ ଦଳୀୟ ବେଜିପି କର୍ମୀ ଙ୍କ ଦ୍ୱାରା ପୁଷ୍ପଗୁଛ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, ଦଳୀୟ କର୍ମୀ ମାନେ ଏସ୍ଡ଼ିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ରେ ମନ୍ତ୍ରୀ ଙ୍କୁ ପାଛୋଟି ଆଣିବା ପରେ ବସ ଷ୍ଟାଣ୍ଡ ରେ ଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ସମୟ ସ୍ୱଳ୍ପତା କାରଣରୁ ଦଳୀୟ କର୍ମୀ ଙ୍କ ସହ ଆଲୋଚନା ନକରି କୋରାପୁଟ ଅଭିମୁଖେ ଚାଲିଯାଇଥିଲେ।ଏହି ଗସ୍ତ ଅବସରରେ ମନ୍ତ୍ରୀ  ଶ୍ରୀ ପାତ୍ର କହିଛନ୍ତି କି ରାଜ୍ୟ ରେ ବିଜେପି ସରକାର ଆସିବା ପରେ ଅନେକ ଚାଲେଞ୍ଜ ରହିଛି, ବିଶେଷ କରି ଏହି ଅବିଭକ୍ତ କୋରାପୁଟ ଜିଲ୍ଲା ରେ କଣ ସବୁ ସମସ୍ୟା ରହିଛି ସେସବୁ ବିଷୟ ରେ ଅବଗତ ହେବା ସହ ଚାଉଳ ବଣ୍ଟନ କିପରି ସୁରୁଖୁରୁ ରେ ହେବ ସେ ବିଷୟରେ ଆଲୋଚନା କରାଯିବ ବୋଲି କହିଛନ୍ତି।  କୃଷକ ମାନଙ୍କ ର ଯେମିତି କୌଣସି ଅସୁବିଧା ହେବନାହିଁ,ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ର ମୂଲ୍ୟ ଯେମିତି ଠିକ ସେ ପାଇବେ ସେଠି ସକାଶେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରାଯିବ, ଏପରିକି ନୂଆସରକାର ଠିକ  ଭାବରେ ଭଲ ସେବା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।ଜିଲ୍ଲା ରେ ଅନେକ ବ୍ଳକ ରେ ଯୋଗାଣ ନିରୀକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ସେ ପଦବୀ ଗୁଡିକ ପୂରଣ କରାଯିବା ସକାଶେ ତୁରନ୍ତ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଜିଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ବିଧାୟକ ରଘୁରାମ ମାଛ ,ପରାଜିତ ସାଂସଦ ପ୍ରାର୍ଥୀ  କାଲିରାମ ମାଝୀ,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଓ୍ବାଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ଜିଲା ଉପସଭାପତି ନକୂଳ ବିଷୋଇ,  ନିର୍ବାଚନ ମଣ୍ଡଳି ସଂଯୋଜକ ଅଗସ୍ତୀ ହାଲଓ୍ଵା, ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉଦୟ ହିକକା, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ସାହୁ,ମଣ୍ଡଳ ସଭାପତି ଅନନ୍ତ ହୁଇକା, ଯୁବ ନେତା ଦେବ ଖରା ,ପିକନ ସାହୁ,ସୁନୀଲ ସାହୁ,ଶରତ ପାତ୍ର, ମୁରଲୀ ତୁଳ, ମହିଳା ନେତ୍ରୀ କୁନ୍ତୀ ମୁଦୁଲି, ସଞ୍ଜନା ବିଡ଼ିକା,ସ୍ୱପ୍ନା ଖୋସଲା ଟିମୁଲି ମାଣ୍ଡିଙ୍ଗୀ ଙ୍କ ସମେତ ନାରାୟପାଟଣା ଓ ବନ୍ଧୁଗାଁ ବ୍ଳକ ର ବ୍ଳକ ସ୍ତରୀୟ ନେତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ