Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୃଷ୍ଣପାଲି ଗ୍ରାମରେ ରହିଛି ବିପଦ ସଙ୍କୁଳ ଅବସ୍ଥାରେ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କୃଷ୍ଣପାଲି ଗ୍ରାମରେ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହିଛି I ସୂଚନା ଯେ ବିପିଏଲ୍ ହିତାଧିକାରୀ ଙ୍କ ପାଇଁ ଗୋଟିଏ ଏବଂ ସୌଭାଗ୍ୟ ଯୋଜନାର ହିତାଧିକାରୀ ଙ୍କ ପାଇଁ ଅନ୍ୟ ଟ୍ରାନ୍ସଫର୍ମର ଟି ରହିଛି l ଉଭୟ ବିଦ୍ୟୁତ ଟ୍ରାନ୍ସଫର୍ମର ଚାରି ପାଖରେ କୌଣସି ବାଡ ଦିଆ ଯାଇ ନଥବା ବେଳେ ଅନାବନା ଘାସ ଲତା ରେ ଭର୍ତି ରହିଛି l ଏପରିସ୍ଥିତିରେ ଗୋରୁଗାଈ , ଛେଳି ମେଣ୍ଢା ଖାଦ୍ୟ ଅନ୍ବେଷଣ ରେ ଆସି ଝୁଲି ରହିଥିବା ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ମୁଖରେ ପଡୁଥିବା ଦେଖା ଦେଇଛି I ଉଭୟ ଟ୍ରାନ୍ସଫର୍ମର ର ଚାରିପଟେ ସୁରକ୍ଷା ବାଡ ଦେବାକୁ ଗ୍ରାମବାସୀ ଦାବି କରନ୍ତି I