Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଗବର ହାଇସ୍କୁଲ ର ଶିକ୍ଷକ ଲମ୍ବୋଦର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଳକ ବାଗବର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଲମ୍ବୋଦର ସାହୁ ଚାକିରିରୁ ଅବସର ଗ୍ରହଣ କରିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଞ୍ଜଳି ମିଶ୍ର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସମାରୋହରେ ବିଦ୍ୟାଳୟର ପ୍ରତିଷ୍ଠlତା ରାଧେଶ୍ୟାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ମାହେଶ୍ୱରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇ , କେନଝରିଆପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ବାରିକ , ଅବସର ପ୍ରାପ୍ତ ଶିକ୍ଷକ ଲାଲେନ୍ଦ୍ର ତ୍ରିପାଠୀ , ଜଟେସିଂହା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଗୁରୁଦତ୍ତ ମିଶ୍ର , ସ୍ଥାନୀୟ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କବି ବେହେରା , ବାଚସ୍ପତି ପଣ୍ଡା , ଆରତୀ ମିଶ୍ର , ପଞ୍ଚାନନ ଦେହୁରୀ , ମୋହନ ପେରା , ସୁରେଶ ପଣ୍ଡା , ଶମ୍ଭୁ ପ୍ରସାଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବାସୁଦେବ ରଥ ନିମାଇଁ ଚରଣ ଜଗଦଲା , କବିତା ତରିଆ , କହ୍ନାଇ ଝାଙ୍କର , ଅନିଲ ରଥ , ଚନ୍ଦ୍ରମଣି ବଗର୍ତ୍ତି , ଦେବାରଞ୍ଜନ ଦେହୁରି , ବିଦ୍ୟାଳୟର ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।