Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ହେଲା ମୁଖ୍ୟମନ୍ତୀଙ୍କ ଜଣଶୁଣାଣି

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ୍-ଭି ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ହଜାର ହଜାର ଲୋକ ଆଜି ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ଯାହାକି ୧୬ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଜଣଶୁଣାଣୀ ଦୃଶ୍ୟରୁ ଏହା ପ୍ରତିୟମାନ ହୋଇଛି।
୨୦୦୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ହୋଇ ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଜୁଲାଇ ୧ ତାରିଖ) ରୁ ୟୁନିଟ୍-ଭିରେ ଥିବା ନିଜ ଅଭିଯୋଗ କକ୍ଷରେ ସର୍ବସାଧାରଣଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି।
ଆଜିର ଏହି ଜଣଶୁଣାଣୀରେ ସମଗ୍ର ଓଡିଶାର କୋଣ ଅନୁକୋଣରୁ ବିଭିନ୍ନ ଅଭିଯୋଗ ଓ ହାରିଗୁହାରି ପାଇଁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଅପେକ୍ଷା କରିଛନ୍ତି।କିଛି ଦିବ୍ୟାଙ୍ଗ ମଧ୍ୟ ନିଜର ଅଭିଯୋଗ ଧରି ଅଭିଯୋଗ ପ୍ରକୋଷ୍ଠରେ ରେଜିଷ୍ଟ୍ରେଶନ୍ କରିଥିବା ଦେଖିବାକୁ ମିଳିଛି।ଖବର ଲେଖିଲା ବେଳକୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରି ତ୍ୱରିତ ପଦକ୍ଷେପ ନେବାକୁ ନିଜ ଅଧିନସ୍ଥ ଅଧିକାରୀ ମାନଙ୍କ ଦ୍ୱାରା ଆଦେଶ ଓ ନିର୍ଦ୍ଦେଶ ଦେଉଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ