Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୁଖ୍ୟମନ୍ତୀ ଶୁଣୁଛନ୍ତି ହାରି ଗୁହାରି ,ଜନତା ଖୁସ୍

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ୍-ଭି ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଜନସାଧାରଣଙ୍କ ହାରି ଗୁହାରି ଶୁଣୁଛନ୍ତି।ବର୍ଷ ବର୍ଷ ଧରି ପଡିରହିଥିବା ବ୍ୟକ୍ତିଗତ ଟାରୁ ସାମୁହିକ କାର୍ଯ୍ୟ ନେଇ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇଛନ୍ତି।ମୁଖ୍ୟମନ୍ତ୍ରୀ ମଧ୍ୟ ଧୈର୍ଯ୍ୟର ସହିର ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ନୂଆଁ ଦିଶାର ସମ୍ଭାବନା ବାଟ ଖୋଲୁଛନ୍ତି। ଯାହାକି ୧୬ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ଜଣଶୁଣାଣି ପ୍ରତି ଲୋକଙ୍କ ଆସ୍ଥା ପ୍ରକଟ ହେଉଥିବା ଭଳି ଆଜି ଲୋକଙ୍କ ମୁହଃରୁ ବାରି ହେଉଛି।
୨୦୦୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ହୋଇ ରହିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠୁ ୟୁନିଟ୍-ଭିରେ ଥିବା ନିଜ ଅଭିଯୋଗ କକ୍ଷରେ ସର୍ବସାଧାରଣଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି।
ଆଜିର ଏହି ଜଣଶୁଣାଣିରେ ସମଗ୍ର ଓଡିଶାର କୋଣ ଅନୁକୋଣରୁ ବିଭିନ୍ନ ଅଭିଯୋଗ ଓ ହାରିଗୁହାରି ପାଇଁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଏପରିକି ଦିବ୍ୟାଙ୍କ ମାନେ ମଧ୍ୟ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଛନ୍ତି।

More Stories