Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ପୋଲିସ ତରଫରୁ ଆଇନ ସଚେତନତା ବୈଠକ

ଲକ୍ଷ୍ମୀପୁର…୦୧/୦୭…..ଅପରାଧିକ ନ୍ୟାୟ ପ୍ରଣାଳୀରେ ଆମୂଳଚୂଳ ପରିବର୍ତ୍ତନ ସହ ଭାରତୀୟ ଦଣ୍ଡ ବିଧି ଆଇନରେ ଅଣାଯାଇଥିବା ବ୍ୟାପକ ସଂସ୍କାର, ତ୍ୱରିତ ନ୍ୟାୟ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ମୀପୁର ପୋଲିସ ତରଫରୁ ଆରମ୍ଭ ହୋଇଛି ପ୍ରୟାସ। ଏନେଇ ଲକ୍ଷ୍ମୀପୁର ଥାନା ପରିସରରେ ରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଏସ ଡି ପିଓ  ବିରଞ୍ଚି ନାରାୟଣ ଜଗତ ଓ ଆଇ ଆଇ ସି ସୁଜ୍ଞାନୀ ସାହୁ ଉପସ୍ଥିତ ରହି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ,ଭାରତୀୟ ନାଗରିକ ସୁରକ୍ଷା ସଂହିତା  ଉପରେ ସୂଚନା ପ୍ରଦାନ କରିଥିଲେ।ଅପରାଧୀ ହେଲେବି କିପରି ନ୍ୟାୟ ପ୍ରଦାନ କରାଯାଇ ପାରିବ,ପରାଧୀନ ଭାରତର ଆଇନ ବ୍ୟବସ୍ଥା ଓ ନୂତନ ସ୍ୱାଧୀନ ଭାରତ ର ଆଇନ କୁ ନେଇଁ ବିସ୍ତୃତ ଆଲୋଚନା କରିଥିଲେ। ୧୮୬୦ ମସିହାରେ ଇଂରେଜ ମାନଙ୍କ ଦ୍ୱାରା ପ୍ରଣୋଦିତ ଇଣ୍ଡିଆନ ପେନାଲ କୋଡ଼ ଯାହାକି ଭାରତ ରେ ୧୬୪ ବର୍ଷ ହେଲା କାର୍ଯ୍ୟ କାରି ହୋଇ ଆସୁଥିଲା ତାହା ପରିବର୍ତନ ହୋଇ  ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ,ଭାରତୀୟ ନାଗରିକ ସୁରକ୍ଷା ସଂହିତା ରେ ପରିବର୍ତନ କରାଯାଇଥିବା ଏସ ଡି ପିଓ ପ୍ରକାଶ କରିଛନ୍ତି।ଥାନାରେ ଯଦି ବୟସ୍କ,ଦିବ୍ୟାଙ୍ଗ,ଅସୁସ୍ଥ ମାନଙ୍କୁ କୌଣସି ଘଟଣାକୁ ନେଇ ଅଭିଯୋଗ କରିବାକୁ ଚାହାନ୍ତି ତେବେ ତାଙ୍କୁ ଥାନାକୁ ଆସିବା ବାଧ୍ୟ ନୁହେଁ,ସିଏ ଚାହିଁଲେ ଘରେ ରହିବି ପୋଲିସ ସହାୟତା ପାଇ ପାରିବେ,ନହେଲେ ଅନ ଲାଇନ୍ ଜରିଆରେ ମଧ୍ୟ ଲିଖିତ ଅଭିଯୋଗ କରିପାରିବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ