Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ପାନୀ ସପକ୍ଷରେ ରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଲେ କମ୍ପାନୀ ଦ୍ଵାରା ସିଧାସଳଖ ପ୍ରଭାବିତ ପୁଲଚାଙ୍ଗେର ଗ୍ରାମବାସୀ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଠେଲକଲୋଇ ଥାନା ଅନ୍ତର୍ଗତ ଆର୍ଯ୍ୟାନ୍ ଇସ୍ପାତ ଦ୍ଵାରା
ସିଧାସଳଖ ପ୍ରଭାବିତ ପୁଲଚାଙ୍ଗେର ଗ୍ରାମବାସୀ କମ୍ପାନୀ ସପକ୍ଷରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ଦେଇଛନ୍ତି। ଗ୍ରାମବାସୀ ଙ୍କ ଦାବୀ ପତ୍ର ଅନୁଯାୟୀ କମ୍ପାନୀ ଦ୍ଵାରା ସିଧାସଳଖ ପ୍ରଭାବିତ ପୁଲଚାଙ୍ଗେର ଗ୍ରାମକୁ କମ୍ପାନୀ ପକ୍ଷରୁ ପକ୍କା ସଡ଼କ, ଆଲୋକୀ କରଣ, ଜଳ ଯୋଗାଣ ଓ ଗାଧୋଇବା ପାଇଁ ବନ୍ଧର ବ୍ୟବସ୍ଥା କରାଯାଇଛି I ପଞ୍ଚାୟତ ତଥା ପାଖାପାଖୂ ପ୍ରତେକ ପୂଜା ପାଠରେ କଂପାନି ସହଯୋଗ କରି ଅସୁଛନ୍ତି । ଆଖପାଖର ସ୍କୁଲରେ ଶିକ୍ଷାର ଉନ୍ନତି ପାଇଁ କଂମ୍ପାନି ପକ୍ଷରୁ ୩ ଜଣ ଶିକ୍ଷକ ନିଯୁକ୍ତି କରାଯାଇଅଛି । ଦରକାର ସମୟରେ ମାଗଣା ଏମ୍ବୁଲ୍ୟାନସ୍ ମଧ୍ୟ କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଉ ଅଛି । ସମସ୍ତ ଜମିହରା ପରିବାର ବର୍ଗଙ୍କୁ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟରେ ନିୟୋଜିତ କରାଯାଇଅଛି । ଏବଂ ଆଞ୍ଚଳିକ ଠିକାଦାରଙ୍କୁ ମଧ୍ୟ କାମ ଦିଆଯାଇଅଛି।ଉଲ୍ଲେଖ ଅଛି ଯେ ଆରିୟନ ଇସ୍ପାତ କମ୍ପାନି ଦ୍ୱାରା ଅଧିଗ୍ରହଣ ହୋଇଥିବା ପୂଜାଜମି ୧୦ ଏକର ୫୦ ଡ଼ିସିମିଲ ଯାହାର ଏ ପର୍ଯ୍ୟନ୍ତ କ୍ଷତିପୁରଣ କିମ୍ବା ଅନ୍ୟତ୍ର ଦିଆ ‌ଯାଇନାହିଁ । ମାମଲାଟି କୋଟରେ ବିଚାରଧୀନରେ ଅଛି ବୋଲି ଗ୍ରାମବାସୀ ତାଙ୍କର ଦାବୀ ପତ୍ର ରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଗତ 26/06/2024 ରେ ରେଙ୍ଗାଲି ବ୍ଲକ୍ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଙ୍କ ନେତୃତ୍ୱ ରେ କିଛି ଗ୍ରାମବାସୀ ଆର୍ଯ୍ୟାନ୍ କମ୍ପାନୀ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦେଇଥିଲେ ଓ ଦାବୀ ପୂରଣ ନହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ। ଏ ବିଷୟରେ କମ୍ପାନୀ ଦ୍ଵାରା ସିଧାସଳଖ ପ୍ରଭାବିତ ପୁଲଚାଙ୍ଗେର ଗ୍ରାମବାସୀ ଜାଣିବା ପରେ ସୋମବାର ଦିନ ୱାର୍ଡ ସଭ୍ୟ ମହେନ୍ଦ୍ର କିଷାନ ଙ୍କ ନେତୃତ୍ୱ ରେ ଜିଲ୍ଲାପାଳଙ୍କ ପାଖକୁ ଯାଇ କମ୍ପାନୀ ସପକ୍ଷରେ ଦାବି ପତ୍ର ଦେଇଥିଲେ। ଯଦି ଅନ୍ୟ ଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ କରାଯାଏ ତେବେ ଗ୍ରାମବାସୀ ଏହି ଆନ୍ଦୋଳନକୁ ବିରୋଧ କରିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories